ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଧର୍ମଶାଳା ଜୁନିୟର ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ କେସନ୍ ଜଗଦଲା, ମୁଣ୍ଡୋଘାଟର ନବ ନର୍ବାଚିତ ସରପଂଚ ପ୍ରଥମ ଥର ପାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବାରୁ ତାଂକୁ ମହାବିଦ୍ୟାଳୟ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଉତ୍ସବରେ ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ର ସଭା ପରିଚାଳନା କରିଥିବା ବେଳେ ପ୍ରାଧ୍ୟାପିକା ସୌମିତ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ପ୍ରତ୍ୟକ୍ଷ ସହଯୋଗ କରିଥିଲେ ଖେଳ ପ୍ରଶିକ୍ଷକ ଗୋବିନ୍ଦ ପଧାନ, ଅଧ୍ୟାପକ ସତ୍ୟନାରାୟଣ ମହାକୁଡ, କାଶିନାଥ ମିଶ୍ର, ବିଭିଷଣ ପ୍ରଧାନ, ନୀଳାମ୍ବର ଝାଂକର ଆଦି କର୍ମଚାରୀ ବୃନ୍ଦ । ଶେଷରେ ପ୍ରଶିକ୍ଷିକା ସୁଶ୍ରୀ କଲ୍ୟାଣମୟୀ ତ୍ରିପାଠୀ ଓ ସୁଶ୍ରୀ କଲ୍ୟାଣୀ ମେହେରଙ୍କୁ ଓ ତାଲିମ ପ୍ରାପ୍ତ ୭୫ ଜଣ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!