csstore

ବୌଦ୍ଧ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ସହିଦ ଦିବସ ପାଳିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ସଦର ମହକୁମା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପୁଷ୍ପଗିରି ଛାତ୍ରାବାସରେ ୪ ଦିନିଆ ଓଡ଼ିଆ ପ୍ରଶ୍ନ ତିଆରି କର୍ମଶାଳା ଅବସରରେ ଜିଲ୍ଲାର ବୌଦ୍ଧ, କଣ୍ଟାମାଲ ଓ ହରଭଙ୍ଗା ବ୍ଲକର ଶିକ୍ଷକମାନଙ୍କ ଉପସ୍ଥିତିରେ ସହିଦ ଦିବସ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧର ଶିକ୍ଷା ଓ ପ୍ରଶିକ୍ଷଣ ଅଧ୍ୟକ୍ଷ ବୃନ୍ଦାବନ ସାହୁ ଯୋଗଦେଇ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଶିକ୍ଷା ପ୍ରଶିକ୍ଷିକ ଡ଼ ଅଭିମନ୍ୟୁ ସେଠୀ, ବରିଷ୍ଠ ପ୍ରଶିକ୍ଷିକା ସର୍ମିଷ୍ଠା ଗଡ଼ନାୟକ, ଶ୍ରୀମତୀ ଶୁଭଲକ୍ଷ୍ମୀ ପରିଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶିକ୍ଷିକା ଗୀତାଞ୍ଜଳି ଆଚାରି ଓ ନବନିତା ବେହେରା ଦେଶାତ୍ମବୋଧକ କବିତା ପାଠ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ରାମ ପ୍ରସାଦ କଣ୍ଣ, ସଞ୍ଜୟ ଦେହୁରୀ, ରଂଜୁ ଅମାତ ପ୍ରମୁଖ ଶିକ୍ଷକ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.