ଏବିଭିପି ତରଫରୁ ବିରଗତି ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ଜିଲ୍ଲା, ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ତରଫରୁ ମଧ୍ୟ ସହିଦ୍ ଦିବସ ପାଳନ କରାଯାଇଛି ।୨୩ ମାର୍ଚ୍ଚ ୧୯୩୧ରେ ସ୍ଵାଧୀନତା ସଂଗ୍ରମୀ ଭଗତ ସିଂ, ସୁକଦେବ ଓ ରାଜ ଗୁରୁ ହସି ହସି ଫାଶୀ ଖୁଣ୍ଟରେ ଚଢ଼ି ଏ ଦେଶ ମାଟି ପାଇଁ ନିଜର ପ୍ରାଣବଳି ଦେଇଥିଲେ । ତାଙ୍କୁ ସ୍ମରଣ କରି ଆଜିର ଦିନଟିକୁ ସହିଦ୍ ଦିବସ ରୂପେ ପାଳନ କରାଯାଇଥାଏ । ରଜେନ୍ଦ୍ର କଲେଜର ମଞ୍ଚରେ ଭଗତ ସିଂ, ସୁକଦେବ ଓ ରାଜଗୁରୁଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଚୂଡ଼ାମଣି ବଏ, ନବୀନ ସଗ୍ରିୟା, ନୀତିଶ ରଣା, ସ୍ୱରାଜ ପୁରୋହିତ, ସମୀର ପ୍ରଧାନ ପ୍ରଭୃତି ନେତୃତ୍ୱ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ବିରଗତି ପ୍ରାପ୍ତ ହୋଇଥିବା ଭଗତ୍ ସିଂ, ସୁକଦେବ ଓ ରାଜଗୁରୁଙ୍କ ଦେଶ ପ୍ରତି ଭଲପାଇବା ଓ ସାହାସ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ଦେଶ ଓ ସମାଜ ପାଇଁ କିଛି କରିବା ପାଇଁ ଆହ୍ୱାନ ଦିଆଯାଇଥିଲା ।

Leave A Reply

Your email address will not be published.