ଆଜି ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ପରୋକ୍ଷ ନିର୍ବାଚନରେ ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ସରିଥିବା ବେଳେ ଆଜି ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ । ନିର୍ବାଚିତ ସମିତି ସଭ୍ୟମାନେ ଭୋଟ ଦେଇ ଉପାଧ୍ୟକ୍ଷ ନିର୍ବାଚିତ କରିବେ । ଏଥିପାଇଁ ସକାଳ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ ।
ପରେ ୧୨ଟା ୩୦ ମଧ୍ୟରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ଅପରାହ୍ନ ୧ରୁ ୪ଟା ମଧ୍ୟରେ ଭୋଟିଂ ହେବ ।

Leave A Reply

Your email address will not be published.