oom

ଅସହାୟ ଶବ ସତ୍କାର କଲା ସଂକଳ୍ପ ପରିବାର

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହର ନିଲିବନ୍ଦପଡ଼ା ୱାର୍ଡ ନମ୍ବର ୨ରେ ନିଜ ସ୍ତ୍ରୀ ସହିତ ବସବାସ କରୁଥିବା ହେମକାର ସାହୁ(୬୯) ଲୁଣ ବିକ୍ରି କରି ନିଜର ପରିବାର ପୋଷଣ କରୁଥିଲେ ସବୁଆଡେ ତାଙ୍କୁ ଲୁଣ ବାଲା ବୋଲି ଲୋକ ଜାଣିଥିଲେ ତେବେ ସେ ନିଃସନ୍ତାନ ଥିଲେ ତେଣୁ ଘରେ ତାଙ୍କ ସ୍ତ୍ରୀ ସୀତା ସାହୁ ଓ ହେମକାର ସାହୁ ଉଭୟ ସ୍ୱାମୀ ସ୍ତ୍ରୀ ରହି ଆସୁଥିଲେ । ଆଜି ମଧ୍ୟାହ୍ନ ୧୨ଟା ସମୟରେ ସ୍ୱାସ୍ଥ୍ୟଗତ କାରଣରୁ ଶଯ୍ୟାଶାୟୀ ହେମକାରଙ୍କର ପରଲୋକ ହୋଇଥିବା ବେଳେ ତାଙ୍କର କେହି ସନ୍ତାନ ନଥିବା ଯୋଗୁଁ ଆତ୍ମୀୟ ସ୍ଵଜନୀୟ ମଧ୍ୟ ପାଖ ମାଡିନଥିଲେ ଏଣୁ ତାଙ୍କର ବାସଭବନରେ ମୃତ ହେମକାରଙ୍କର ଶବ ପଡିରହିଥିବା ବେଳେ ତାଙ୍କ ସ୍ତ୍ରୀ ସୀତା ସାହୁଙ୍କ କରୁଣ କ୍ରନ୍ଦନରେ ଅନେକ ଲୋକଙ୍କ ହୃଦୟକୁ କନ୍ଦାଇ ଦେଇଥିଲା ହେଲେ କେହି ମଧ୍ୟ ତାଙ୍କର ଶବ ସତ୍କାର ପାଇଁ ଆଗେଇ ନସିବାରୁ ଶେଷରେ ଜଣେ ସଚେତନ ମହିଳା ଭାବରେ ନିଲିବନ୍ଦପଡାର ଅଶାକର୍ମୀ ପୁଷ୍ପା ସାହୁ ଓ ଯସୋବନ୍ତି ଯାଦବ ସ୍ବେଛାସେବୀ ଅନୁଷ୍ଠାନ “ସଂକଳ୍ପ ପରିବାର”କୁ ଖବର ଦେଇଥିଲେ ଖବର ପାଇବା ମାତ୍ରେ ସଂକଳ୍ପ ପରିବାର ସଦସ୍ୟ ବିକାଶ ଅଗ୍ରୱାଲ, ନିଧାନ ଦନ୍ତା, ଜି. ରମେଶ, ସନ୍ତୋଷ ସାହୁ, ରାଜେଶ ସରାଫ, ଲୋକନାଥ ମେହେର, ସମ୍ୟ ପୃଷ୍ଟି ପ୍ରମୁଖ ମୃତ ହେମକାରଙ୍କ ଘରକୁ ଯାଇ ସମୂର୍ଣ୍ଣ ହିନ୍ଦୁ ରୀତି ନୀତି ଅନୁସାରେ ନିଜ ପରିବାରର ସଦସ୍ୟ ପରି ମୃତ ଶରୀରକୁ କାନ୍ଧେଇ ସ୍ଥାନୀୟ ଜୀରାନଦୀ କୁଳ ଶ୍ମଶାନକୁ ନେଇ ସସମ୍ମାନରେ ଶବ ସତ୍କାର କରିଥିଲେ । ତେବେ ଶବ ସତ୍କାର କରିବା ପାଇଁ ବରଗଡ ସହରରେ କାଠ ନମିଳିବାରୁ କିଛି ଅସୁବିଧାର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ପରେ ନିଜସ୍ୱ ଉଦ୍ୟମରେ ବରଡୋଲ ଗ୍ରାମରୁ କାଠ ଆଣି ସଂକଳ୍ପ ପରିବାର ସ୍ବେଚ୍ଛାସେବୀମାନେ ଶବ ସତ୍କାର କରିଥିଲେ । ଅନେକ ସମୟରେ କାଠ ଯୋଗାଇବା ପାଇଁ ଜିଲ୍ଲା ପ୍ରସାଶନ ବା ପୌରପରିଷଦ ଅଧିକାରୀ କେବଳ ପ୍ରତିଶୃତି ଦେଇ ନିଜର କର୍ତବ୍ୟକୁ ଭୁଲି ଯାଉଥିବା ବେଳେ ସାଧାରଣ ଲୋକେ ତାଙ୍କର ଆତ୍ମୀୟ ସ୍ଵଜନଙ୍କ ମୃତ୍ୟ ବରଣ ପରେ କାଠ ନପାଇ ହଟହଟା ହେଉଛନ୍ତି । ଏଣୁ ଜିଲ୍ଲା ପ୍ରଶାସନକୁ ନିବେଦନ ଯେ ତୁରନ୍ତ ଏ କାଠ ସମସ୍ୟାକୁ ସମାଧାନ କରୁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

jittmm
Leave A Reply

Your email address will not be published.