oom

ଗୋଣ୍ଡଓନା ଗୋଣ୍ଡ ମହାସଭାର ବୈଠକ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଆଗଲପୁର ମଣ୍ଡଳ ନଅଗାଁ ତରଫରୁ ତେନ୍ତୁଳିଖୁଣ୍ଟି ଗ୍ରାମରେ ଏକ ସାମାଜିକ ସଭା ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ମଣ୍ଡଳ ସଭାପତି ଦଶରଥ ଛତ୍ରିଆଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜର ସାମାଜିକ ଚଳଣୀ, ରୀତିନୀତି, ସଂସ୍କୃତି, ଆଦିବାସୀମାନଙ୍କର ହକ, ଶିକ୍ଷା ଅଧିକାର ବିଷୟରେ ଆଲୋକପାତ କରାଯାଇଥିଲା । ସାମାଜିକ ସଂଗଠନରୁ ବାଦ ପଡ଼ିଥିବା କିଛି ପରିବାରକୁ ସଂସ୍କାର ଜରିଆରେ ଗୋଣ୍ଡୱାନା ଗୋଣ୍ଡ ମହାସଭାରେ ସାମିଲ କରାଯାଇଥିଲା । ଏଥିରେ ନଅଗାଁ(ଖ)ର ଡୋଲାମଣି ଭୋଇ, ଚତୁର୍ଦ୍ଦଶୀ ଭୋଇ, ନୀଳମଣି ପୁଟା, ଗୋବିନ୍ଦ ପୁଟା, ବାବାଜୀ ପୁଟା ଓ ତେନ୍ତୁଳିଖୁଣ୍ଟି ଗ୍ରାମର ବିଦ୍ୟାଧର ଭୋଇ, ଗୌର ଭୋଇ, ନିତ୍ୟା ଭୋଇ, ଧନସିଂ ଭୋଇ, କିଶୋର ଭୋଇ, ଦୂତୀଆ ଭୋଇ, ପ୍ରସନ୍ନ ଭୋଇ, ଝରଣା ଭୋଇ, ଜୟ ସିଂ ଭୋଇ, ଗୌରୀ ଭୋଇ, ଯୁଧିଷ୍ଠିର ଭୋଇ, ଭୋଜରାଜ ଭୋଇ ଏବଂ ବେନ୍ଦ୍ରା ନିବାସୀ ନାଥ ଧାରୁଆ, ଲିଙ୍ଗରାଜ ଧରୁଆ, ଗଣେଶ ଧରୁଆ, ଅଞ୍ଜନା ଧରୁଆ, ସ୍ଵର୍ଣ୍ଣ ପୁଟା ପ୍ରମୁଖ ଆବେଦନ କରି ସାମିଲ ହୋଇଥିଲେ । ଏହି ସଭାରେ ଆଗଲପୁର ମଣ୍ଡଳ ସଭାପତି ଭୁବନେଶ୍ୱର ଧରୁଆ, ଚନ୍ଦ୍ରମଣି ଭୋଇ, ଲଲିତ ମୋହନ ପୁଟା, ଚନ୍ଦ୍ରଶେଖର କୁଅଁର, ଦେବେନ୍ଦ୍ର ପୁଟା, କିଶୋର ଭୋଇ, ନୀଳକଣ୍ଠ ପୁଟା, ରାଜକୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ହିମାଂଶୁ ଦଳପତି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.