ପୀର ବାବା ଓ ଜାତୀୟ ସଂହତି ଆଲୋଚନାଚକ୍ର : ମାଗଣା ସ୍ୱାସ୍ଥ୍ୟ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସତ୍ୟପୀର ଫାର୍ମ ହାଉସ, ଘୋରଡିଆଠାରେ ରବିବାର ମଈ ରୁନ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ ଓ ହାଇ ଟେକ ହସ୍ପିଟାଲ ଓ ମେଡିକାଲ କଲେଜ ଆନୁକୂଲ୍ୟରେ ମାଗଣା ସ୍ବାସ୍ଥ୍ୟ ଶିବିର ସହିତ ପୀର ବାବା ଓ ଜାତୀୟ ସଂହତି ଉପରେ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇଯାଇଛି । ଟ୍ରଷ୍ଟ ପରିଚାଳକ ଉଜୁରୀ ମହମ୍ମଦଙ୍କ ସଭାପତିତ୍ଵରେ ଅନୁଷ୍ଟିତ ଆଲୋଚନା ସଭାରେ ହାଇଟେକ ହସ୍ପିଟାଲ ରୁ ଅସ୍ଥିଶଲ୍ୟ ବିଭାଗର ଡା ଅବିନାଶ ଅନନ୍ତ ନେଗୀ, ଜକ୍ଷୁ ବିଶେଷଜ୍ଞ ଡା ସୁଶ୍ରୀ ସାଗରିକା ସାହୁ, ଡା ସତ୍ୟବ୍ରତ ଜେନା, ଡା ସ୍ଵାଶତ ସାହୁ, ଦାନ୍ତ ବିଭାଗର ଡା ମୋନିକା ମହାନ୍ତି, ଡା ସୁଦୀପ୍ତ ମହାନ୍ତି, ସଂଯୋଜକ ମଧୁସ୍ମିତା ଲେଙ୍କା, ବିଜୟ କୁମାର ବାରିକ, ଏଜିଏମ ମ୍ରୁତ୍ୟୁଜୟ ମିଶ୍ର, ଟ୍ରଷ୍ଟର ଉପଦେଷ୍ଟା ମୌଲନା ଖୈରୂଲ ଇସଲାମ, ମହମ୍ମଦ ଅଲ୍ଲୀ, ତରୂନୂମ ଜାହାନ, ମମତାଜ ବେଗମ, ଅବଦୁଲ ହମ୍ମାମ ଏବଂ ଆଞ୍ଚଳିକ ଶାନ୍ତି ଓ ଉନ୍ନୟନ ପରିଷଦର ଶଶି ଶେଖର ରାୟ, ପ୍ରକାଶ ପାତ୍ର, ରମେଶ ପଟ୍ଟଶାଣୀ, ପ୍ରହଲ୍ଲାଦ ବଳିୟାରସିଂହ, ରଙ୍ଗା ଖାଁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ତା’ପରେ ଆଖି, ଦାନ୍ତ, ଅସ୍ଥିଶଲ୍ୟ ବିଭାଗୀୟ ରୋଗୀମାନଙ୍କୁ ଡାକ୍ତରମାନେ ପରୀକ୍ଷା କରି ଚିକିତ୍ସା ସୁବିଧା କରାଇଥିଲା । ଶେଷରେ ଟ୍ରଷ୍ଟ ପରିଚାଳକ ଉଜୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.