om academy

ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା

jsm
  • କଟାପାଲି, ରବିଦାଶ କ୍ଲବ, ପଞ୍ଚାୟତ କଲେଜ୍, ଗୋଡଭଗା ସେଣ୍ଟ୍ରାଲ କ୍ଲବ ବିଜୟୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଆୟୋଜିତ ହେଉଥିବା ଭିଜନ ୨୦- ୨୪ ଅନ୍ତର୍ଗତ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତାର ଆଜିର ମ୍ୟାଚ୍‌ଗୁଡିକରେ କଟାପାଲି, ରବିଦାଶ କ୍ଲବ, ପଞ୍ଚାୟତ କଲେଜ୍, ଗୋଡଭଗା ସେଣ୍ଟ୍ରାଲ କ୍ଲବ ପ୍ରମୁଖ ବିଜୟୀ ହୋଇଛନ୍ତି । ଆଜି କଟାପାଲିଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ କଟାପାଲି ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୯ ଓଭରରେ ୧୪୨ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲେ । ଦଳ ପକ୍ଷରୁ ଚକା ନାୟକ ୬୦ ରନ, ସାଜନ୍ ସାହୁ ୨୯ ରନ କରିଥିଲେ । ପ୍ରତିପକ୍ଷ ଜୟନ୍ତୀ ଯୁବକ ସଂଘ ପକ୍ଷରୁ ଅଭିଷେକ ମାହାଣା ୪ ୱିକେଟ, ଜିଆଉର ରେହେମାନ୍ ୩ ୱିକେଟ ନେଇଥିଲେ । ଜବାବରେ ଜୟନ୍ତୀ ଯୁବକ ସଂଘ ପକ୍ଷରୁ ବ୍ୟାଟିଂ କରି ଭରତ ପଣ୍ଡା ୨୫ ରନ, ମିହିର ମେହେର ୧୬ ରନ କରିଥିଲେ ।କଟାପାଲି ଦଳ ମ୍ୟାଚ୍‌କୁ ୬୪ ରନରେ ଜିତି ନେଇଥିଲା । ଦ୍ଵିତୀୟ ମ୍ୟାଚ୍‌ରେ ନବଜ୍ୟୋତି କ୍ରିକେଟ କ୍ଲବ ବିରୁଦ୍ଧରେ ଟସ ଜିତି ରବିଦାସ୍ ଯୁବକ ସଂଘ ଦଳ ପ୍ରଥମେ ବ୍ୟାଟିଂ କରି ଅମିତ୍ ମାହାନାଙ୍କ ୬୨ ରନ, ଆଶୁତୋଷ ମାହନାଙ୍କ ୩୭ ରନ ଫଳରେ ଦଳ ୨୦ ଓଭରରେ ୧୮୩/୭ ରନ କରିଥିଲେ । ନାବଜ୍ୟୋତି ପକ୍ଷରୁ ସଙ୍କିଟ ହାତୀ ୩ ୱିକେଟ, ଅଭିମନ୍ୟୁ ସା ୨ ୱିକେଟ ନେଇଥିଲେ । ଏହାର ଉତ୍ତରରେ ସନ୍ମିଟ ହାତୀଙ୍କ ୫୨ ରନ, ରାହୁଲ ସରାଫଙ୍କ ୩୭ ରନ କରିଥିଲେ ।ମ୍ୟାଚ୍‌କୁ ରବିଦାସ କ୍ଲବ ଦଳ ୩ ରନରେ ଜିତି ନେଇଥିଲା । ବିକାଶ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍‌ରେ ପଞ୍ଚାୟତ କଲେଜ୍ ଦଳ ଟସ୍ ଜିତି ବ୍ୟାଟିଂ କରି ସଞ୍ଜୟ ଦୀପଙ୍କ ୨୦ ଓ ଅନ୍ୟମାନଙ୍କ ଉପୋଯୋଗୀ ରନ ଫଳରେ ଦଳ ୨୦ ଓଭରରେ ୧୨୦/୯ ରନ କରିଥିଲେ । ପ୍ରତିପକ୍ଷ ଜୟ ହନୁମାନ କ୍ଲବ ପକ୍ଷରୁ ସେକ ଅରିଫ୍ ମହମ୍ମଦ, ସହଦେବ ଭୋଇ, ଆନନ୍ଦ ମହାନନ୍ଦ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଜବାବରେ ଜୟ ହନୁମାନ କ୍ଲବର ସିବୁନ ଭୋଇଙ୍କ ୨୦ ରନ ଓ ଅନ୍ୟମାନଙ୍କ ସହଯୋଗୀ ରନ ଫଳରେ ଦଳ ୨୦ ଓଭରରେ ୧୧୭ ରନ କରିବାକୁ ସକ୍ଷମ ହୋଇଥିଲେ । ପଞ୍ଚାୟତ କଲେଜ୍ ଦଳର ଦୀପକ ବେହେରା ୩ ୱିକେଟ ନେଇଥିଲେ । ପଞ୍ଚାୟତ କଲେଜ୍ ଦଳ ମ୍ୟାଚ୍‌କୁ ୩ ରନ୍‌ରେ ଜିତିଥିଲା । ଦ୍ଵିତୀୟ ମ୍ୟାଚ୍‌ରେ ଉତ୍କଳ ଶାନ୍ତି ଯୁବକ ସଂଘ ଟସ୍ ଜିତି ପ୍ରଥମ ବ୍ୟାଟିଂ କରି ୧୯.୪ ଓଭରରେ ମାତ୍ର ୯୦ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲେ । ଦଳ ପକ୍ଷରୁ ହିମାଂଶୁ ଭୋଇ ୪୩ ରନ କରିଥିଲେ । ପ୍ରତିପକ୍ଷ ଗୋଡଭଗା ସେଣ୍ଟ୍ରାଲ କ୍ଲବ ପକ୍ଷରୁ ଖିରେଶ୍ୱର୍ ଭୋଇ ୩ ୱିକେଟ, ବାଦଲ ପରଦେଶୀ ନିଶାଦ୍ ଓ ସୌରଭ ନାୟକ ୨ଟି ଲେଖା ୱିକେଟ ନେଇଥିଲେ । ଜବାବରେ ଗୋଡଭଗା ସେଣ୍ଟ୍ରାଲ କ୍ଲବ ପକ୍ଷରୁ ଲୋକନାଥ ମହାପାତ୍ର ୩୩ ରନ ଓ ସୌରଭ ନାୟକ ୨୪ ରନ କରି ଦଳକୁ ୮ ୱିକେଟରେ ବିଜୟୀ କରାଇଥିଲେ । ଉତ୍କଳ ଶାନ୍ତି ଯୁବକ ସଂଘ ପକ୍ଷରୁ ପୀୟୂଷ ପୁରୋହିତ ଓ ପିକେଶ ସ୍ବାଇଁ ୧ଟି ଲେଖାଏଁ ୱିକେଟ ନେଇଥିଲେ । ଆଜିର ଖେଳ ଗୁଡ଼ିକୁ ଅକ୍ଷୟ ସାହାଣୀ, ଶୁଭମ୍ ପାତ୍ର, ଶୁଭ୍ରାଂଶୁ ମହାପାତ୍ର ଓ ପ୍ରୟାସ ବଗାର ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ସ୍କୋରର ଥିଲେ ରଜତ ଦାଶ ଓ ମନୋଜ ପାତ୍ର ।

Leave A Reply

Your email address will not be published.