ଆଂଚଳିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଲୋଇସିଂହା, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ବ୍ଲକ ବୁଢୀ ପଦର ପଂଚାୟତ ହାଇସ୍କୁଲ ଖେଳ ପଡ଼ିଆରେ ନେଗୀପାଲି ଓ ବୁଢୀ ପଦର ଆନୁକୁଲ୍ୟରେ ଦ୍ବିତୀୟ ବର୍ଷ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ ସ୍ଥାନୀୟ ସରପଂଚ ଶ୍ରୀମତୀ ଲକ୍ଷ୍ମୀ ପଧାନ । ସର୍ବମୋଟ ଆଠଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟଟି ଆରମ୍ଭ ହୋଇଥିଲା । ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୁବ ବିଜେଡି ନେତା ନିତିଶ ଅଗ୍ରଓ୍ୱାଲ ଓ ସମ୍ମାନୀତ ଅତିଥି ଭାବେ ହିନ୍ଦୁ କେଶରୀ ୟାବାହିନୀର ସଭାପତି ସନ୍ତୋଷ ବଳ ଯୋଗଦେଇଥିଲେ । ଶ୍ରୀଯୁକ୍ତ ବଳ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସଂଗେ ଆଗାମୀ ଦିନରେ ଖେଳପଡିଆର ଉନ୍ନତୀକରଣ, କରି ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଫାଇନାଲ ମ୍ୟାଚ ତେନ୍ତୁଳିଖୁଣ୍ଟି ଓ ବୁରୋଭାଡି ମଧ୍ୟରେ ଅନୁଷ୍ଠିତ ହୋଇ ତେନ୍ତୁଳିଖୁଣ୍ଟି ଦଳ ୨-୦ଗୋଲରେ ବିଜୟୀ ହୋଇଥିଲା । ବିଜୟୀ ଦଳକୁ ସରପଂଚ ଲକ୍ଷ୍ମୀ ପଧାନ ଟ୍ରଫି ପ୍ରଦାନ କରିଥିଲେ । ରେଫରି ଭାବେ ସନ୍ତୋଷ ଧରୁଆ, ରଘୁ ମଣି ସେଠ, ଅକ୍ଷୟ ଭୋଇ ଓ ବୁଢୀ ପଦର ଖେଳ ଶିକ୍ଷକ ଖେଳ ପରିଚାଳନା କରିଥିଲେ । ମଂଚ ପରିଚାଳନା କରିଥିଲେ ବୁଢୀ ପଦର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଅଲେଖ ମହାପାତ୍ର । ହେମରାଜ ମହାକୁର, ସୀତାରାମ ପଧାନ, କିଶୋର ଦର୍ଜୀ, ପ୍ରସନ୍ନ ନେଗୀ, ତଥା ନେଗିପାଲୀ ଓ ବୁଢୀ ପଦର ଯୁବଗୋଷ୍ଠୀ ଓ ବୁଦ୍ଧିଜୀବୀଙ୍କ ସହଯୋଗରେ ଟୁର୍ଣ୍ଣାମେଣ୍ଟଟି ଶାନ୍ତି ଶ୍ରୁଙ୍ଖଳା ସହ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

eight − four =