jsm

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏନ୍‌ସିସି ତରଫରୁ ୭୩ତମ ରାଷ୍ଟ୍ରୀୟ ଏନ୍‌ସିସି ଦିବସ ମହାସମାରୋହରେ ପାଳିତ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏନ୍‌ସିସି ତରଫରୁ ଆଜି ବିଶ୍ୱବିଦ୍ୟାଳୟ ପରିସରରରେ ୭୩ ତମ ରାଷ୍ଟ୍ରୀୟ ଏନ୍‌ସିସି ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ମୁଖ୍ୟ ପ୍ରଫେସର ମଦନ ମୋହନ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଏଲ୍‌ଟି.କୋଲ୍‌. କେଦାର କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ଏଏନ୍‌ଓ ପ୍ରକାଶ କୁମାର ସାହୁ ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ତରଫରୁ ଜେୟୁଓ ବିକାଶ ଧରୁଆ ମଂଚସୀନ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ପ୍ରତୀକ କୁମାର ତ୍ରିପାଠୀ ଓ ଦିନେଶ ସାହୁ ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ମନ୍ତବ୍ୟରେ ଏନ୍‌ସିସିର ଗୌରବସାଳୀ ଇତିହାସ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ ଓ ସମ୍ମାନିତ ଅତିଥି ଏନ୍‌ସିସିର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ବହୁ ସଂଖ୍ୟାରେ ଆସି ଯୋଗଦାନ କରିଥିବାରୁ ଧନ୍ୟବାଦ ଜଣେଇଥିଲେ ଓ ସମସ୍ତଙ୍କୁ ଏନ୍‌ସିସିର ଆଲୁମିନି କମିଟିରେ ଯୋଗଦାନ କରିବା ପାଇଁ ବୁଝାଇଲେ । ଏଏନ୍‌ଓ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣେଇ ସଭାକୁ ସାଙ୍ଗ କରିଥିଲେ । ଏହାପରେ ଏନ୍‌ସିସି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ଏହି ଅବସରରେ ପୂର୍ବତନ ଏନ୍‌ସିସି ଛାତ୍ର ବ୍ୟାସଦେବ ନନ୍ଦ, ବିମାନ ଗଜେନ୍ଦ୍ର, ମୁକେଶ ବହିଦାର, ଅଙ୍କିତ ସାହୁ, ରିପନ ମିଶ୍ର, ଅମିତ ନନ୍ଦ, ଟୁଲୁ ସେନ, କ୍ରିଷ୍ଣା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.