pakka

ଆସନ୍ତାକାଲି ‘୫ଟି’ରେ ରୂପାନ୍ତରିତ ହେବ ଜିଲ୍ଲାର ୨୨ଟି ସ୍କୁଲ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା କାଲି ରାଜ୍ୟ ସରକାରଙ୍କ ‘୫ଟି’ ରୂପାନ୍ତର ଯୋଜନାରେ ସାମିଲ ହୋଇଥିବା ଜିଲ୍ଲାର ୨୨ଟି ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାର୍ଚୁଆଲ ମୋଡରେ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସୋହେଲା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ସପ୍ସଧ୍ୟା ୫ଟାରେ ଭିସି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲାର ସମସ୍ତ ମନ୍ତ୍ରୀ ଏବଂ ବିଧାୟକମାନେ ଉପସ୍ଥିତ ରହିବେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲାର ୧୨ ବ୍ଲକ ମଧ୍ୟରେ ବରଗଡ଼ ମ୍ୟୁନିସିପାଲଟିରେ ଗୋଟିଏ, ବ୍ଲକରେ ୨ଟି, ବରପାଲିରେ ୬ଟି, ଅତାବିରାରେ ୩ଟି, ଭେଡେନ ବ୍ଲକରେ ୨, ସୋହେଲା ବ୍ଲକରେ ୩, ଅମ୍ଭାଭୋନାରେ ୧, ରାଜ ବୋଡ଼ାସମ୍ବର ବ୍ଲକରେ ୩ ଓ ପାଇକମାଳ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବ୍ଲକର ଗୋଟିଏ ହାଇସ୍କୁଲକୁ ରୂପାନ୍ତରଣ ଲୋକାର୍ପିତ କରାଯିବାର କାର୍ଯ୍ୟକ୍ରମ ରହିଛି ।

jay balangir
Leave A Reply

Your email address will not be published.

one × four =

error: Content is protected !!