pakka

ପର୍ଲିମାଲରେ ୩୦ ବର୍ଷର ପୁରୁଣା ପରମ୍ପରା ବାଲିଯାତ୍ରା ଉତ୍ସାହର ସହ ଉଦଯାପିତ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ପର୍ଲିମାଲ ପଞ୍ଚାୟତ ପର୍ଲିମାଲ ଗ୍ରାମରେ ତା ୨୦.୧୧ .୨୧ ରୁ ୨୬ .୧୧ ଦିନ ପର୍ଯ୍ୟନ୍ତ ୬ ଦିନ ଧରି ଅନୁଷ୍ଠିତ ବାଲିଯାତ୍ରା ଉତ୍ସବ ପାରମ୍ପରିକ ରୀତିନୀତି ଅନୁସାରେ ଉଦଯାପିତ ହୋଇଯାଇଛି । ପର୍ଲିମାଲ ସ୍ଥିତ ଲାନ୍ଥ ନଦୀ ବାଲିପୀଠରୁ ବାଲି ନେଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଏହି ଉତ୍ସବରେ ପ୍ରବଳ ଜନସମାଗମ ହୋଇଥିଲା । ଗ୍ରାମର ଜଗନ୍ନାଥ ମନ୍ଦିର ପରିସରରେ ବାବା ବାଲୁଙ୍କେଶ୍ୱର ବାଲୁକା ଲିଙ୍ଗ ଓ ରାଧା କୃଷ୍ଣଙ୍କ ଯୁଗଳ ମୂର୍ତ୍ତି, ଓ କଳସ ସ୍ଥାପନ ସହ ଷୋଡ଼ଶ ଉପଚାରର ପୂଜାର୍ଚ୍ଚନା ପ୍ରତିଷ୍ଠା କରାଯାଇଥିଲା । ସେଠାରେ ଭକ୍ତ ଗଣ ମାନସିକ ରଖି ନଡ଼ିଆ ଅର୍ପଣ କରିଥିଲେ । ଚତୁର୍ଦ୍ଦଶୀ ଦିନ ଗ୍ରାମର ଜଗନ୍ନାଥ ମନ୍ଦିରରୁ ସୁସଜ୍ଜିତ ବିମାନରେ ବାବା ବାଲୁଙ୍କେଶ୍ୱର ଲିଙ୍ଗକୁ ପ୍ରଭୁ ଜଗନ୍ନାଥ ହରିଙ୍କ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ହରିହରଙ୍କ ଅର୍ପୂବ ମିଳନ ହୋଇଥିଲା । ପୂଜକ ପୁରୋହିତ ଏବଂ କର୍ତ୍ତା ଗୈାନ୍ତିଆ ବାସୁଦେବ ବରିହା ତାଙ୍କ ଧର୍ମପତ୍ନୀ ପୂଜାବିଧି ତୁଲାଇଥିଲେ । ଶେଷ ଦିନ ବାଲୁକା ଲିଙ୍ଗ ବିସର୍ଜନ ପରେ ହରିଙ୍କ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ହୋଇ ମନ୍ଦିରକୁ ବିଜେ କରିଥିଲେ । ବାଲିଯାତ୍ରା ଅବସରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦଣ୍ଡ, ନୃତ୍ୟ ପ୍ରତିଯୋଗିତା, ଅର୍କେଷ୍ଟା, ଘୋଡ଼ା ନାଚ ସହ ଘଣ୍ଟ ଶଂଖବାଦ୍ୟ, କିର୍ତ୍ତନରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା । ପୂଜା କମିଟିର କର୍ମକର୍ତ୍ତା, ସଭାପତି, ସମ୍ପାଦକ, ସରପଞ୍ଚ, କୋଶଳ ରାଜ୍ୟ ସମ୍ବନିୟ ସମିତି ସଦସ୍ୟଙ୍କ ନେତୃତ୍ୱରେ ଓ ଗ୍ରାମବାସୀଙ୍କ ସହଯୋଗରେ ବାଲିଯାତ୍ରା ମହାସମାରୋହରେ ତଥା ଶାନ୍ତିଶୃଙ୍ଖଳା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ମିନାବଜାର ଦୋକାନ ବଜାର ଆଦି ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିଥିଲା । ପର୍ଲିମାଲ ବାଲିଯାତ୍ରା ପ୍ରାୟ ୩୦ ବର୍ଷର ପୁରୁଣା ପରମ୍ପରା ବୋଲି କୁହାଯାଏ । ବେଲପଡା ଅଞ୍ଚଳରେ କେବଳ ପର୍ଲିମାଲ ଗ୍ରାମରେ ବାଲିଯାତ୍ରା ୬ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଥିବାରୁ ଅଞ୍ଚଳରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେବା ସହ ଧାର୍ମିକ, ଭାବନା, ଶାନ୍ତି ଓ ଭାଇଚାରାର ଭାବ ଲୋକଙ୍କ ମନରେ ଉତ୍ପନ୍ନ ହେଉଥିବା ପରିଲକ୍ଷିତ ହେଉଛି । ଭକ୍ତ ମାନଙ୍କ ପାଇଁ ପ୍ରତ୍ୟେକ ଦିନ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

jay balangir
Leave A Reply

Your email address will not be published.

twelve − five =

error: Content is protected !!