oom

ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଅଟଳ ଥିଙ୍କରିଙ୍କ୍‌ ଲ୍ୟାବ୍‌ ଉଦଘାଟିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅଟଳ ଥିଙ୍କରିଙ୍କ୍‌ ଲ୍ୟାବର ଶୁଭ ଉଦଘାଟନ ବରଗଡ ସାଂସଦ ସୁରେଶ ପୂଜାରୀଙ୍କ କରକମଳରେ ହୋଇଯାଇଛି । ଆଜିକାର ଅନୁଷ୍ଠିତ ଏହି ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ସାଂସଦ ସୁରେଶ ପୂଜାରୀ ଯୋଗଦେଇ ଅଟଲ ଥିଙ୍କରିଙ୍କ୍‌ ଲ୍ୟାବର ଶୁଭ ଉଦଘାଟନ କରି ଉପସ୍ଥିତ ଶିଶୁ ମାନଙ୍କୁ ଏହି ଲ୍ୟାବ ଟି ଅନୁସନ୍ଧାନ କ୍ଷେତ୍ରରେ ଶିଶୁ ମାନଙ୍କ ଦିଗଦର୍ଶନର ସହାୟକ ହୋଇପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ପଞ୍ଚାୟତ ସମିତି ଅଧ୍ୟକ୍ଷ କୁମରମଣି ନାଏକ ଯୋଗଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପ୍ରଧାନ ଉଦ୍ଦେଶ୍ୟ ଜ୍ଞାପନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ଥାନୀୟ ସଭାପତି ଦ୍ୱାଦଶ କୁମାର ପ୍ରଧାନ ରୋବୋଟିକ୍‌ ଯୁଗରେ ବିଜ୍ଞାନର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ସଂପାଦକ ଆଶିଷ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଗୁରୁମା ଶ୍ରୀମତୀ କଲ୍ୟାଣୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପରିଶେଷରେ ଲ୍ୟାବର ପ୍ରଦର୍ଶନୀ ମାଧ୍ୟମରେ ଉପସ୍ଥିତ ଶିଶୁ ମାନଙ୍କୁ ଧାରଣା ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.