ଚାଷ ଜମିକୁ ଯିବା ପାଇଁ ଚାଷୀଙ୍କୁ ମିଳୁନି ରାସ୍ତା : ଅଫିସ୍ ଧାଇଁ ଧାଇଁ ଚପଲ ଛିଣ୍ଡୁଛି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ତହସିଲଦାରଙ୍କୁ ବାରମ୍ବାର ଲେଖି ଜଣେଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ଏବଂ ଆମେ ଇନ୍‌କୁଆରୀ ପାଇଁ ଆର୍‌ଆଇଙ୍କୁ ପଠେଇବୁ ପଠେଇବୁ କହି ବର୍ଷ ବର୍ଷ ବିତିଗଲେ ମଧ୍ୟ ଚାଷୀଙ୍କୁ ମିଳୁନି ରାସ୍ତା । ଚାଷୀମାନେ ଗୋଟେ ଛୋଟ ପାୱାର ଟିଲର କିମ୍ବା ଟ୍ରାକ୍ଟର ଗୋଟେ ଜମିକୁ ନେବା ପାଇଁ ରାସ୍ତା ନାହିଁ । ପୂର୍ବରୁ ପାୱାର ଟିଲର ଓ ଟ୍ରାକ୍ଟର ଯାଇପାରୁଥିଲା । ଏବେ ଚକୁଳି ଫାର୍ମ ଶିବ ମନ୍ଦିର କମିଟି ମନ୍ଦିରର ସମ୍ପତି କହି ବିଭିନ୍ନ ଲୋକଙ୍କୁ ବିକ୍ରି କରି ଦେଇଛି । ଚାଷୀ ମାନେ ନିଜ ଚାଷ ଜମିକୁ ଚାଷୀ ନିଜେ ଚାଲି ଚାଲି ଯିବା ମୁସ୍କିଲ ହୋଇଗଲାଣି । ପ୍ରକାଶ ଥାଉକି ଆର୍‌ଆଇଙ୍କୁ ପଚାରିବାରୁ ସେହି ପ୍ଲଟ ଟି ଗ୍ରାମ୍ୟ ଜଙ୍ଗଲ ସରକାରୀ ଏରିଆ ତାକୁ କେହି ବିକ୍ରି କରି ପାରିବେନି । କିନ୍ତୁ ଏଠି ଦେଖିଲା ବେଳେ କମିଟି ବିକ୍ରି କରି ଦେଇଛି ବୋଳି ଜଣାପଡୁଛି । ଦେଖିବାକୁ ବାକି ରହିଲା ଚାଷୀକୁ କେବେ ରାସ୍ତା ମିଳୁଛି ନା ନାହିଁ ।

Leave A Reply

Your email address will not be published.

two × four =