oom

ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ୬୦ତମ ପ୍ରତିଷ୍ଠା ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ୬୦ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନଠାରେ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି । ସଂଘର ସଭାପତି ହରିନାରାୟଣ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ଅବସରରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ବଲାଙ୍ଗିର ଉପଖଣ୍ଡ ପୋଲିସ ଅଧିକ୍ଷକ ତୋଫାନ ବାଗ, ବଲାଙ୍ଗିର ପୌରନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ସଂଘୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିଥିମାନେ ବୃକ୍ଷ ରୋପଣ କରିଥିଲେ ।

ସଂଘର ବରିଷ୍ଠ ସଦସ୍ୟ ତଥା ପ୍ରତିଷ୍ଠାତା ସଭାପତି ସତ୍ୟନାରାୟଣ ବେହେରାଙ୍କ ୮୪ତମ ଜନ୍ମ ଦିବସ ଅବସରରେ ସାମ୍ବାଦିକ ଭବନରେ ଜନ୍ମଦିନ କେକ୍‌ କାଟି ସାମ୍ବାଦିକମାନେ ଶ୍ରୀ ବେହେରାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଚଳିତ ବର୍ଷ ପ୍ରତିଷ୍ଠା ଦିବସକୁ ଆଜି କେବଳ ସଂଘୀୟ ପତାକା ଉତ୍ତୋଳନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସୀମିତ ରଖାଯାଇଛି । ଆସନ୍ତା ସେପ୍ଟେମ୍ବର ୧୫ରୁ ୨୦ ତାରିଖ ମଧ୍ୟରେ କୌଣସି ଏକ ଦିବସ ସ୍ଥିର କରାଯାଇ ୬୦ତମ ପ୍ରତିଷ୍ଠା ଦିବସର ମହୋତ୍ସବ ପାଳନ କରାଯିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ବଳରାମ ମିଶ୍ର, ଉପସଭାପତି ଆନଂଦ ଚଂଦ୍ର ସାହୁ, ସାଂଗଠନିକ ସଂପାଦକ ଶରତ ଚନ୍ଦ୍ର ମିଶ୍ର, ସଂପାଦକ ରଂଜିତ ବେହେରା, ପାଟଣାଗଡ଼ ଉପସଭାପତି ସଦାଶିବ ସରାଫ, ବଂଶୀଧର ସେଠ, ଗୋପବନ୍ଧୁ ଶତପଥୀ, ସୋମନାଥ ଆଚାର୍ଯ୍ୟ, ସୁଧୀର କୁମାର ପଣ୍ଡା, ନବୀନ ପଶାୟତ, ଅଭୟ ତ୍ରିପାଠୀ, ବିରେନ୍ଦ୍ର ଝାଙ୍କର, ଚନ୍ଦ୍ରଭାନୁ ମୋଲାନା, ଶିଶିରକାନ୍ତ ଶତପଥୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସୁଧୀର ମିଶ୍ର, ମୋହନ ଅଗ୍ରୱାଲ, ମୁକେଶ ବହିଦାର, ଶ୍ରୀବାସ ନାଏକ, ଅଭିଳାଶ ହୋତା, ଦେବାଶିଷ ମିଶ୍ର, ବିଭୂପ୍ରସାଦ ଗଡ଼ତ୍ୟା, ରାଜୀବ କୁମାର ଷଡ଼ଙ୍ଗୀ, ଚିତ୍ତରଂଜନ ମିଶ୍ର, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ବିଶ୍ୱଜିତ ଦାଶ, ବିଶ୍ୱଜିତ ପଟ୍ଟନାୟକ, କରୁଣାକର ପ୍ରଧାନ, ଘଟେଶ୍ୱର ମିଶ୍ର, ସୁବ୍ରତ ନାଏକ, ତରୁଣ କୁମାର ସାହୁ, ବିଜୟ କୁମାର ପ୍ରଧାନ, ଶେଖ୍‌ ମହମ୍ମଦ ୱାହିଦ୍‌ଙ୍କ ସମେତ ସହରର ବହୁ ସାମ୍ବାଦିକ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.