csstore

ଯୁବକଙ୍କୁ ଅତର୍କିତ ଭାବେ ହତ୍ୟା : ଦୁଇଜଣ ହତ୍ୟାକାରୀ ଚମ୍ପଟ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଧରକୋଟ ଥାନା ଅଧିନସ୍ଥ ଜାହାଡ଼ା ଗ୍ରାମରେ ପ୍ରତାପ ଖଟେଇ ନାମକ ଜଣେ ଯୁବକ ଗାଁର ଏକ ଦୋକାନରେ ରାଶନ କିଣୁଥିବା ବେଳେ ହଠାତ୍‌ ଦୁଇଜଣ ଯୁବକ ମାରଣାସ୍ତ୍ର ଧରି ଆସି ଅତର୍କିତ ଭାବେ ହତ୍ୟା କରି ଚାଲିଯାଇଥିବା ସୂଚନା ମିଳିଛି । ଦୁଇଜଣ ହତ୍ୟାକାରୀ ଚମ୍ପଟମାରି ଫେରାର ଅଛନ୍ତି । ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଥିବା ଚଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିଲେ । ଥାନା ଅଧିକାରୀ, ସର୍କିଲ ଅଧିକାରୀ, ଏଏସ୍‌ଡିପିଓ ପ୍ରମୁଖ ପହଞ୍ଚି ଘଟଣାର ଅନୁସନ୍ଧାନ ଚଳାଇଛନ୍ତି । ଏହା ପୂର୍ବ ଶତୃତା କାରଣରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି ।

jayashree
Leave A Reply

Your email address will not be published.