csstore

ଷଣ୍ଢକୁ ଚାପି ଦେଲା ହାଇୱା : କେଶରୀୟା ହିନ୍ଦୁ ବାହିନୀ ତରଫରୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ଗେଟ ସରୋବରପଡା ଠାରେ ଏକ ଓଭରଲୋଡ଼ିଂ ଚିପ୍ସ ବୋଝେଇ ହାଇୱା (ଓଆର୍‌-୦୩-୨୩୭୭) ଏକ ଷଣ୍ଢକୁ ଧକ୍କା ଦେଇ ଚାପି ଦେଇଥିଲା ଯାହା ଫଳରେ ଷଣ୍ଢର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ବେପରୁଆ ଗାଡି ଚାଳନା ଯୋଗୁଁ ଏକ ନିରୀହ ଷଣ୍ଢର ମୃତ୍ୟୁ ହୋଇଥିଲା ।

କେଶରୀୟା ହିନ୍ଦୁ ବାହିନୀ ତରଫରୁ ବଲାଙ୍ଗିର ପୌର ନିର୍ବାହୀ ଅଧିକାରୀଙ୍କୁ ଖବର ଦେଇ ଘଟଣା ସ୍ଥଳରୁ ଷଣ୍ଢର ଶବ ଉଠାଯାଇଥିଲା ଏବଂ ଗାଡିର କୌଣସି କାଗଜ ପତ୍ର ଠିକ ନ ଥିବା ଜାଣିବାକୁ ପାଇବାରୁ ଏହାର ପ୍ରତିବାଦ କରି ବଲାଙ୍ଗିର କେଶରୀୟା ହିନ୍ଦୁ ବାହିନୀ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ରାଜ୍ୟ ସଭାପତି ସନ୍ତୋଷ ଭୋଳ, ପ୍ରଦେଶ କୋଷାଧକ୍ଷ ସୁଶୀଲ ସାହୁ, ଜିଲ୍ଲା ବରିଷ୍ଠ ଉପାଧକ୍ଷ ସଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଆଲୋକ ନାଥ ପଣ୍ଡା, ଦେଓଗାଁ ବ୍ଲକ ସଭାପତି ବଦ୍ରୀନାଥ ହୋତା, ଲୋଇସିଂହା ବ୍ଲକ ସଭାପତି ବୀରେନ୍ଦ୍ର ବାରିକ, ରବୀନ୍ଦ୍ର ନାଏକ, ମନୋଜ ନାଏକ, ରାଜୁ ନାଏକ, ବୁଲୁ ପରଡିଆ ଏବଂ ଜିଲ୍ଲାର ଅନନ୍ୟା କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ବଲାଙ୍ଗିର ଟାଉନ ଥାନାରେ ଉକ୍ତ ଗାଡି ବିରୋଧରେ ଏକ ମାମଲା ରୁଜୁ କରିବା ପାଇଁ ଦାବୀ ଜଣାଯାଇଛି ।

jayashree
Leave A Reply

Your email address will not be published.