oom

ଜିଲ୍ଲା ଯାଦବ ସଂଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

jsmm

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ବଲାଙ୍ଗିର ଜିଲ୍ଲା ଯାଦବ ସଂଘ ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଯାଦବ ସଭାପତି ପରମାନନ୍ଦ ହାତୀ, ବ୍ଲକ ଯାଦବ ସଭାପତି ତୀର୍ଥ ହାତୀ, ବଙ୍ଗୋମୁଣ୍ଡା ବ୍ଲକର ଯୁବ ଯାଦବ ସଭାପତି ଘନଶ୍ୟାମ ମନହୀରା, ପତ୍ରାପାଲି(କ)ର ସମାଜ ସେବୀ ଯୁଧିଷ୍ଠିର ଭରାସଗାରିଆ ଓ ସଂଯୋଜକ ମନୋଜ ହାତୀ, ମୁରିବାହାଲ ବ୍ଲକର ବନବିଭାଗ ଅଧିକାରୀ ଫରେଷ୍ଟର କୁମର ତାଣ୍ଡି ଏବଂ ତାଙ୍କ ସହଯୋଗୀ ଓ ଅଗ୍ନିଶମ ବିଭାଗର ପଦାଧିକାରୀ ମାନେ ଉପସ୍ଥିତ ବୃକ୍ଷ ରୋପଣର ଉପକାରୀତା ବିଷୟରେ ମତ ବ୍ୟକ୍ତ କରିଥିଲେ । ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପତ୍ରାପାଲି(ଖ) ଗ୍ରା.ପ.ର ଅନେକ ଯୁବ ଯାଦବ ସଂଗଠନର କର୍ମକର୍ତା ମାନେ ଲକ୍ଷ୍ମୀଧର ନାଗ, ହେମନ୍ତ ପୋଢ଼, ମତିରାମ ପୋଢ଼, ଲୋକେଶ ନାଗ, ପରମାନନ୍ଦ ଘିଭେଳା, ଭାଗିରଥି ନାଗ, ଜନକ, ବନମାଳୀ ନାଗ, ବୈକୁଥ, ଅଭିରାମ, ସୁଦାମ, ସୋମନାଥ, ମଦନ, ସଦା ରାଜେଶ, ଧନପତ, ନିଖିଲ, ରାହୁଲ, ବେଣୁ ଆଦି ଅନେକ ଯାଦବ ତଥା ଖେରଟ ଗ୍ରାମ ଓ ପତ୍ରାପାଲି ଗ୍ରାମର ଯାଦବ ସଂଘର ସଭ୍ୟ ମିଶି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.