oom

ବଲାଙ୍ଗିରରେ ଅରୁନ୍ଧତୀ ଜ୍ୱେଲର୍ସର ଜୁଲାଇ ୨ରୁ ନୂତନ ଫ୍ଲାଗ୍‌ସିପ୍‌ ଗହଣା ସୋରୁମ୍‌ ଶୁଭାରମ୍ଭ : ସାମାଜିକ କ୍ଷେତ୍ରରେ ଉନ୍ନତି ପାଇଁ ଅରୁନ୍ଧତୀ ଫାଉଣ୍ଡେସନ୍‌ ଗଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ପ୍ରମୁଖ ସୁନା ଗହଣା ବ୍ରାଣ୍ଡ ଅରୁନ୍ଧତୀ ଜ୍ୱେଲର୍ସ ତରଫରୁ ଆସନ୍ତା କାଲି ଜୁଲାଇ ୨ ତାରିଖ ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ମି.ରୁ ବଲାଙ୍ଗିର ଠାରେ ତା’ର ନୂତନ ଓ ଅତ୍ୟାଧୁନିକ ଫ୍ଲାଗ୍‌ସିପ୍‌ ଗହଣା ସୋରୁମ୍‌ର ଶୁଭାରମ୍ଭ କରିବାକୁ ଯାଉଛି । ସ୍ଥାନୀୟ ହୋଟେଲ ପାର୍କ ଲେଣ୍ଡ୍‌ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅରୁନ୍ଧତୀ ଜ୍ୱେଲର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର ଏହି ସୂଚନା ଦେବା ସହ ପ୍ରକାଶ କରିଛନ୍ତି ଯେ, ଅରୁନ୍ଧତୀର ସଫଳ ଯାତ୍ରା ୨୧ ବର୍ଷ ପୂର୍ବରୁ ବଲାଙ୍ଗିରର ପବିତ୍ର ମାଟିରୁ ଆରମ୍ଭ ହୋଇଥିଲା । ସମସ୍ତଙ୍କ ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦ ଓ ଅରୁନ୍ଧତୀ ଉପରେ ରହିଥିବା ପ୍ରଗାଢ଼ ବିଶ୍ୱାସକୁ ପାଥେୟ କରି ଅରୁନ୍ଧତୀ ଆଜି ସାରା ଓଡ଼ିଶାର ଏକ ପ୍ରତିଷ୍ଠିତ ଅଗ୍ରଣୀ ସୁନା ଗହଣା ବ୍ରାଣ୍ଡ ଭାବରେ ମାନ୍ୟତା ପାଇପାରିଛି । ଗତ ୨୧ ବର୍ଷ ଧରି ସୁନା ଗହଣା ମାନରେ ସୁଦ୍ଧତା, କାରୁକାର୍ୟ୍ୟତା, ସଠିକ୍‌ ବ୍ୟବସାୟିକ ପଦକ୍ଷେପ ଓ ତା’ ମଧ୍ୟରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା ସହ ଗ୍ରାହକ ସେବାରେ ଆତ୍ମୀୟତାର ଭାବକୁ ଆଧାର କରି ଅରୁନ୍ଧତୀ ଆଜି ଓଡ଼ିଶାର ଜନ ମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇପାରିଛି ଓ ପ୍ରତିଟି ଘରେ ଏକ ଅଂଶବିଶେଷ ହୋଇ ପାରିବା ସହ ବିଭିନ୍ନ ସମୟରେ ଜାତୀୟ ଆନ୍ତର୍ଜାତୀୟ ପୁରସ୍କାର ପାଇ ଗୌରବାନ୍ୱିତ ହୋଇପାରିଛି ।

ସୂଚନାରେ କୁହାଯାଇଛି ଯେ, ଅରୁନ୍ଧତୀର ନୂତନ ଓ ଅତ୍ୟାଧୁନିକ ଫ୍ଲାଗ୍‌ସିପ୍‌ ସୋରୁମ୍‌ ୫ ହଜାର ବର୍ଗଫୁଟ ପରିମିତ ଏବଂ ଏହା ମଧ୍ୟରେ ସର୍ବୋତ୍ତମ ଡିଜାଇନ୍‌ ଓ ସଂପୂର୍ଣ୍ଣ ହଲ୍‌ମାର୍କ ସୁଦ୍ଧତାଯୁକ୍ତ ସୁନା ଗହଣା, ହୀରା ଗହଣା, ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ରୂପ ଗହଣା ଓ କଳାକୃତି, ପ୍ରିମିୟମ ବ୍ରାଣ୍ଡ ହାତଘଂଟାର ସମ୍ଭାର ରଖାଯିବା ସହ ଅରୁନ୍ଧତୀ ଜ୍ୱେଲର୍ସ ତରଫରୁ ରାଜ୍ୟର ସର୍ବ ପ୍ରଥମ ଗହଣା ବ୍ରାଣ୍ଡ ଭାବରେ ଏକ ନିଆରା ଗ୍ରାହାକ ସେବା ‘୫ ଷ୍ଟାର୍‌ ପ୍ରମିଜ୍‌’ର ଶୁଭାରମ୍ଭ କରାଯାଉଛି । ତେବେ ନୂତନ ସୋରୁମ୍‌ ଶୁଭାରମ୍ଭ ଅବସରରେ ଆଗାମୀ ରଥଯାତ୍ରା ପର୍ୟ୍ୟନ୍ତ ଅରୁନ୍ଧତୀ ଜ୍ୱେଲର୍ସ ତରଫରୁ ଆକର୍ଷଣୀୟ ଅଫର୍‌ ଯଥା ରେଗୁଲାର୍‌ ହଲ୍‌ମାର୍କ ସୁନା ଗହଣା ଉପରେ ଫ୍ଲାଟ୍‌ ୩୯୯ ଗଢ଼ା ମଜୁରୀ ଓ ପ୍ରତ୍ୟେକ କ୍ରୟରେ ଆକର୍ଷଣୀୟ ଉପହାର ରଖାଯାଇଛି ।

ଅରୁନ୍ଧତୀ ଗ୍ରୁପ୍‌ ତରଫରୁ ଅରୁନ୍ଧତୀ ଫାଉଣ୍ଡେସନ୍‌ର ଘୋଷଣା ମଧ୍ୟ କରାଯାଇଛି । ଏହା ମାଧ୍ୟମରେ ଆଗାମୀ ଦିନରେ ସମାଜର ବିଭିନ୍ନ ଶ୍ରେଣୀର ଲୋକଙ୍କୁ ବିଭିନ୍ନ ନିଶୁଳ୍କ ସେବା ଯୋଗାଇ ଦେବା ସହ ସମାଜର ବିଭିନ୍ନ ଜନମଙ୍ଗଳକାରୀ କାର୍ୟ୍ୟକ୍ରମ ମାନଙ୍କରେ ପ୍ରମୁଖ ସହଭାଗିତା ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.