centurian jitm

ସିନ୍ଧେକେଲାରେ ଦିନ ମଜୁରିଆଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

nschool

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଚଳିତ କରୋନା ମହାମାରୀର ଦ୍ୱିତୀୟ ଲହରକୁ ଦେଖି ସାରା ଓଡିଶାରେ ଏବେ କରୋନା ପାଇଁ ଲକଡାଉନ । ଲକଡାଉନ୍‌ ଯୋଗୁଁ ଦୋକାନ ବଜାର ବନ୍ଦ ରହିଛି । ବିଶେଷ କରି ଅସହାୟ ଦିନ ମଜୁରିଆମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାମଧନ୍ଦା ବନ୍ଦ ରହିଥିବାରୁ ଘରେ ବସି ରହିଛନ୍ତି । ପୂର୍ବତନ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ ନିର୍ଦ୍ଧେଶ କ୍ରମେ ଆଜି ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀଙ୍କ ନେତୃତ୍ୱରେ ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଗାଁର ଦିନ ମଜୁରିଆ ୫୦ ଜଣଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଲକଡାଉନ ଖୋଲିବା ପର୍ଯ୍ୟନ୍ତ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ଜାରି ରହିବ ବୋଲି ସେ କହିଥିଲେ । ଏଥିରେ ଡଃ ନାରାୟଣ ମିଶ୍ର, ଗାନ୍ଧୀ ବଗର୍ତ୍ତୀ ପ୍ରମୁଖ ସହଯୋଗ କରିଥିଲେ । ଏହି ଭଲି ମହତ୍‌ କାର୍ଯ୍ୟ କରୁଥିବାରୁ ବିଭିନ୍ନ ମହଳ ରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.