
ରାଉରକେଲା, (କେପିଏନ୍ଏସ୍) : ଦକ୍ଷିଣ ରାଉରକେଲା ତାରାପୁର, ଲକ୍ଷ୍ମୀ ମାର୍କେଟର ମା’ ଗଜଲକ୍ଷ୍ମୀଙ୍କ ପୂଜା ୭୦ ବର୍ଷରେ ପଦାର୍ପଣ କରିଛି । ଏହା ଏ ଅଞ୍ଚଳର ସବୁଠାରୁ ପୁରାତନ ପୂଜା ଏବଂ ରାଉରକେଲାର ସର୍ବ ପ୍ରଥମ ପୂଜା, ଦୀର୍ଘ ବର୍ଷରୁ ବୟସ୍କ ଲୋକମାନେ ଏହି ପୂଜା କରି ଆସୁଥିଲେ । ବାର୍ଦ୍ଧକ୍ୟତା ହେତୁ ବୟସ୍କ ମାନେ ଯୁବପିଢିଙ୍କୁ ଏହିପୂଜା ଦାୟିତ୍ୱ ଦେଇଥିଲେ । ସେବେଠାରୁ ଯୁବପିଢ଼ି ମାନେ ଶାନ୍ତି ଶୃଙ୍ଖଳାର ସହିତ ପୂଜା କରିବା ସହିତ ୩୦ ତାରିଖରେ ଭଜନ ସନ୍ଧ୍ୟା ଓ ଅରକେଷ୍ଟ୍ରା, ୩୧ ତାରିଖଦିନ ଡ୍ୟାନ୍ସ ପୋଗ୍ରାମ, ଆଖପାଖ ଅଞ୍ଚଳର ପ୍ରତିଭାମାନେ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ । ଏହି ପୂଜା ଦୀର୍ଘ ୫୦ବର୍ଷରୁ ଅଧିକ ହେବ ଝାଡ଼ଖଣ୍ଡର ଖଡ଼ଗପୁର ଅଞ୍ଚଳ ସର୍ବେଶ୍ୱର ନନ୍ଦ ପୂଜକ ଭାବେ କାର୍ଯ୍ୟ ତୁଲାଇ ଆସୁଛନ୍ତି । ୭୦ ବର୍ଷରେ ପଦାର୍ପଣ କରିଥିବା ପୂଜା କମିଟିର ସଭାପତି ଦିଲୀପ କୁମାର ଜେନା ସିପିସି ଉପସଭାପତି ଫେର୍ଟଲିଜର ଟାଉନସିପ ଓ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ପ୍ରହରାଜ (ଜଗୁ)ଙ୍କ ଠାରୁ ପ୍ରକାଶ । ଏହି ପୂଜାରେ ସୁସଜ୍ଜିତ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକମାଳା ଝଲସୁଥିବା ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ବିଜୟ ପ୍ରହରାଜ, ପିଙ୍କୁ ନାୟକ, ସଞ୍ଜୟ ପ୍ରହରାଜ, ଲକ୍ଷ୍ମୀକାନ୍ତଙ୍କର, ସୁରେନ୍ଦ୍ର ପାତ୍ର, ଅଲେଖ ଦାସ, ବିକାଶ ଗିରି ଓ ତାପସ ଦାସ ପ୍ରମୁଖ ପୂଜା କାର୍ଯ୍ୟରେ ବହୁ ସହଯୋଗ କରିଥିଲେ ।