
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ସଂସ୍ଥା- ସମନ୍ୱିତ ପରିବହନ ଏବଂ ଲଜିଷ୍ଟିକ୍ସ ପ୍ରାଧିକରଣ – ଆଇଟିଏଲଏ ପ୍ରତିଷ୍ଠାକୁ ଅନୁମୋଦନ କରିଛି।ଏହାପରିବହନ ଏବଂ ଲଜିଷ୍ଟିକ୍ସର ବ୍ୟାପକ କ୍ଷେତ୍ର ମଧ୍ୟରେ ଗବେଷଣା, ଯୋଜନାପ୍ରସ୍ତୁତି, ମୂଲ୍ୟାଙ୍କନ, ତଦାରଖ ଏବଂ ପ୍ରଭାବ ମୂଲ୍ୟାଙ୍କନକୁ ସୁଦୃଢ଼ କରିବ ।
ବିଭିନ୍ନ ପରିବହନସହଜଡ଼ିତ ମନ୍ତ୍ରଣାଳୟ ଏବଂ ଏଜେନ୍ସି ମଧ୍ୟରେ ବିଖଣ୍ଡିତ ଯୋଜନା ପ୍ରସ୍ତୁତିଏବଂ କାର୍ଯ୍ୟକାରିତା ଉପୁଜିଥିବା ଦୀର୍ଘକାଳୀନ ଆହ୍ୱାନଗୁଡ଼ିକୁ ସମାଧାନ କରିବାରେକ୍ୟାବିନେଟରଏହିନିଷ୍ପତ୍ତିସହାୟକହୋଇପାରିବ । ଏହାମଧ୍ୟ ଅଧିକ ସମନ୍ୱୟ ଏବଂ ବହୁମୁଖୀ ସମନ୍ୱୟକୁ ପ୍ରୋତ୍ସାହିତ କରିବ । ଆଇଟିଏଲଏଭାରତରେ ପରିବହନ ଭିତ୍ତିଭୂମି ବିକାଶର ଦକ୍ଷତା, ସ୍ଥାୟୀତ୍ୱ ଏବଂ ପ୍ରଭାବକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।
ଆଇଟିଏଲଏରନିମ୍ନଭୂମିକାଏବଂଦାୟିତ୍ୱ ରହିବ:
• ଜାତୀୟସ୍ତରରେ ସର୍ବୋଚ୍ଚ ପ୍ରତିଷ୍ଠାନ: ସମନ୍ୱିତ ପରିବହନ ଓ ଲଜିଷ୍ଟିକ୍ସ ଯୋଜନାପ୍ରସ୍ତୁତି, ଗବେଷଣା, ପ୍ରକଳ୍ପ ମୂଲ୍ୟାଙ୍କନ ଏବଂ ତଦାରଖ, ନୀତି ସମର୍ଥନ ଏବଂ ତଥ୍ୟ ବିଶ୍ଳେଷଣ ପାଇଁ ଆଇଟିଏଲଏଜାତୀୟସ୍ତରରେସର୍ବୋଚ୍ଚସଂସ୍ଥା ଭାବରେ କାର୍ଯ୍ୟ କରିବ ।
• ଦୀର୍ଘକାଳୀନ ଜାତୀୟ ପରିବହନ ମାଷ୍ଟର ପ୍ଲାନ୍: ଆଇଟିଏଲଏଦଶ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟର ଯୋଜନା ରୂପରେଖ ସହିତ ଏକ ବ୍ୟାପକ ଜାତୀୟ ପରିବହନ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବ । ଏଥିରେ ରାସ୍ତା, ରେଳ, ବନ୍ଦର ଏବଂ ଜାହାଜ ଚଳାଚଳ, ବେସାମରିକ ବିମାନ ଚଳାଚଳ, ଆଭ୍ୟନ୍ତରୀଣ ଜଳପଥ, ଉପକୂଳ ଜାହାଜ ଚଳାଚଳ, ସହରାଞ୍ଚଳ ପରିବହନ ଏବଂ ଲଜିଷ୍ଟିକ୍ସସାମିଲରହିବ ।
• ସମନ୍ୱିତ ଯୋଜନା ଢାଞ୍ଚା: ଆଇଟିଏଲଏଜାତୀୟ ପରିବହନ ମାଷ୍ଟର ପ୍ଲାନ୍ ସହିତ ସ୍ଥିରତା ଏବଂ ସମନ୍ୱୟ ସୁନିଶ୍ଚିତ କରିବା ଏବଂ ବହୁମୁଖିଭିତ୍ତିଭୂମି ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପରିବହନ ମନ୍ତ୍ରଣାଳୟର ସ୍ୱଳ୍ପକାଳୀନ କ୍ଷେତ୍ରୀୟ ଯୋଜନା (୫ବର୍ଷ କିମ୍ବା ତା’ଠାରୁ ଅଧିକ) ଏବଂ ବାର୍ଷିକ ଯୋଜନାଗୁଡ଼ିକର ମୂଲ୍ୟାଙ୍କନ କରିବ।
• ପ୍ରମୁଖ ପ୍ରକଳ୍ପଗୁଡ଼ିକର ବୈଷୟିକ ମୂଲ୍ୟାଙ୍କନ:ଆଇଟିଏଲଏଭାରତ ସରକାରଙ୍କ ୫୦୦ କୋଟି ଟଙ୍କା ବା ତଦୁର୍ଦ୍ଧ୍ୱ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ବୈଷୟିକ ମୂଲ୍ୟାଙ୍କନ କରିବ ।ଅନ୍ୟପଟେ ଆର୍ଥିକ ମୂଲ୍ୟାଙ୍କନ କାର୍ଯ୍ୟ ବର୍ତ୍ତମାନର ଆର୍ଥିକ ମୂଲ୍ୟାଙ୍କନ ବ୍ୟବସ୍ଥା ମାଧ୍ୟମରେ ଜାରି ରହିବ।
• ତଦାରଖ ଏବଂ ପ୍ରଭାବ ଆକଳନ:ଆଇଟିଏଲଏ୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପରିବହନ ଓ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଉପରେ ନଜର ରଖିବ । ଏଥିସହିତସମସ୍ୟା ସମାଧାନ ପାଇଁ ଏକ ସମନ୍ୱିତ ବ୍ୟବସ୍ଥା ଯୋଗାଇବ ଏବଂ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ପରବର୍ତ୍ତୀ ପ୍ରଭାବ ଆକଳନ କରିବ।
• ଜାତୀୟ ପରିବହନ ତଥ୍ୟ ଭଣ୍ଡାର (ଏନଟିଡିଆର):ଆଇଟିଏଲଏବିଭିନ୍ନ ଉତ୍ସ ଯଥା -ଜିଏସଟିଏନଇ-ୱେ ବିଲ୍,ଫାସଟ୍ୟାଗ୍, ବାହନ, ଜିପିଏସ-ଆଧାରିତ ପ୍ରଣାଳୀ, ସହରାଞ୍ଚଳ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ତଥ୍ୟଭଣ୍ଡାରରୁ ପରିବହନ ଓ ଲଜିଷ୍ଟିକ୍ସ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରି ଏକ ସମନ୍ୱିତ ପରିବହନ ତଥ୍ୟ ଭଣ୍ଡାର ପ୍ରସ୍ତୁତ କରିବ। ଏହା ସହିତ, ଯୋଜନା, ତଦାରଖ ଏବଂ ପ୍ରଭାବ ଆକଳନ ପାଇଁ ତଥ୍ୟ ବିଶ୍ଳେଷଣ, ଯଥା -ମାଲ୍ ପରିବହନ ପ୍ରବାହ ବା ଓ-ଡିବିଶ୍ଳେଷଣ ମଧ୍ୟ କରାଯିବ ।
• ଆଇଟିଏଲଏଜାତୀୟ ଲଜିଷ୍ଟିକ୍ସ ନୀତି (୨୦୨୨) ର ସମୀକ୍ଷା ଏବଂ ସଂଶୋଧନ ପାଇଁ ପରାମର୍ଶ ଓ ସହାୟତା ଯୋଗାଇଦେବ ।
• ଏଥିସହିତଲଜିଷ୍ଟିକ୍ସ କ୍ଷେତ୍ରରେ କ୍ଷମତା ବିକାଶ, ପ୍ରଶିକ୍ଷଣ ଏବଂ ଦକ୍ଷତା ବୃଦ୍ଧିରେମଧ୍ୟସହାୟକହେବ ।
• ଏହିପ୍ରତିଷ୍ଠାନପରିବହନ ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ଗବେଷଣା ଓ ନବସୃଜନକୁ ପ୍ରୋତ୍ସାହିତ କରିବ।
ଆଇଟିଏଲଏର ପ୍ରତିଷ୍ଠା ଭାରତର ‘ଭିଜନ୍ ୨୦୪୭’କୁ ସାକାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା ବହୁମୁଖି ସଂଯୋଗୀକରଣକୁ ସୁଦୃଢ଼ କରିବା, ଭିତ୍ତିଭୂମିର ଦକ୍ଷତା ବୃଦ୍ଧି କରିବା, ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ଏବଂ ବିଶ୍ୱସ୍ତରୀୟ ଲଜିଷ୍ଟିକ୍ସ କ୍ଷେତ୍ରରେ ଭାରତର ପ୍ରତିଯୋଗିତାମୂଳକ କ୍ଷମତା ବୃଦ୍ଧି କରିବାରେ ସହାୟକ ହେବ। ଆଇଟିଏଲଏଗବେଷଣା, ଯୋଜନା, ବିଗ୍ ଡାଟାସମନ୍ୱୟ, ପ୍ରକଳ୍ପ ତଦାରଖ ଏବଂ ମୂଲ୍ୟାୟନ ପାଇଁ ଅନୁଷ୍ଠାନିକ କ୍ଷମତା ପ୍ରସ୍ତୁତ କରିବା ସହିତ କ୍ଷମତା ବିକାଶ ଏବଂ ଅନ୍ତର୍ଜାତୀୟ ସ୍ତରର ସର୍ବୋତ୍ତମ କାର୍ଯ୍ୟଶୈଳୀ ଗ୍ରହଣ କରିବାରେ ସହାୟତା ପ୍ରଦାନ କରିବ ।