jayashree

ଛାତ୍ର ସଂସଦ ନିର୍ବାଚନକୁ ଏବିଭିପିର ସ୍ୱାଗତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଦୀର୍ଘ ବର୍ଷ ପରେ ଓଡ଼ିଶାର ମହାବିଦ୍ୟାଳୟଗୁଡ଼ିକରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ରାଜ୍ୟ ସରକାରଙ୍କ ନିର୍ବାଚନ ଘୋଷଣାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଏବିଭିପି ପକ୍ଷରୁ ସ୍ୱାଗତ କରାଯାଇଛି । ଆଗଲପୁର ପଞ୍ଚାୟତ ସମିତି ବାଣୀ ନିକେତନ ମହାବିଦ୍ୟାଳୟ, ରୋତ୍‌ରେ ଛାତ୍ରଛାତ୍ରୀମାନେ ନିର୍ବାଚନ ନେଇ ଖୁସି ପ୍ରକାଶ କରିଛନ୍ତି । ବିଗତ ସରକାର ସମୟରେ ପ୍ରାୟ ୮ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା ବୋଲି ଛାତ୍ରଛାତ୍ରୀ କହିଛନ୍ତି । ବର୍ତ୍ତମାନର ସରକାର ପୁଣି ନିର୍ବାଚନ ପାଇଁ ସବୁଜ ସଙ୍କେତ ଦେଇଥିବାରୁ କଲେଜ ପରିସରରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି । ଛାତ୍ର ସ୍ୱାର୍ଥ ଓ ଗଣତାନ୍ତ୍ରିକ ପରିବେଶକୁ ସୁଦୃଢ଼ କରିବାରେ ଛାତ୍ର ସଂସଦ ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ବୋଲି ଏବିଭିପି ପକ୍ଷରୁ କୁହାଯାଇଛି । ଏଥିପାଇଁ ଏବିଭିପି ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଯାଇଛି ।

Leave A Reply

Your email address will not be published.