jayashree

ପଶ୍ଚିମାଞ୍ଚଳ ଓଡିଶା ଓ ଛତିଶଗଡ଼ କୁବେର ପାନ୍ଥଶାଳା ନୃସିଂହନାଥରେ କାର୍ଯ୍ୟକାରିଣୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ନୃସିଂହନାଥ ଠାରେ ପଶ୍ଚିମାଞ୍ଚଳ ଓଡିଶା ଓ ଛତିଶଗଡ଼ ମହାସଭା କୁବେର ସମାଜର କାର୍ଯ୍ୟକାରୀ କମିଟି ବୈଠକ ନୃସିଂହନାଥ କୁବେର ପାନ୍ଥଶାଳା ସଭାଗୃହ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । କୁବେର ସମାଜ ମହାସଭାର ସଭାପତି ଲକ୍ଷ୍ମଣ ସାହୁ ସଭାପତିତ୍ୱ କରିଥିଲେ । ମହାସଭା ଯୁବାମଞ୍ଚର ସଭାପତି ଲିଙ୍ଗରାଜ ସାହୁ ସଭା ପରିଚାଳନା କରିଥିଲେ । ସମ୍ପାଦକ ରମେଶ ସାହୁ, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ସାହୁ, ଉପସଭାପତି ଗଜେନ୍ଦ୍ର ସାହୁ, ପୂବର୍ତନ ସଭାପତି ବସନ୍ତ ଖୁଣ୍ଟିଆ, ଛତିଶଗଡ଼ ଜୋନ ସଭାପତି ସୁବାସ ସାହୁ, ବରଗଡ଼ ଜୋନ ସଭାପତି ତାରାଚାନ୍ଦ ସାହୁ, ନୂଆପଡା ଜୋନ ସଭାପତି ଚକ୍ରଧର ସୁବୁଦ୍ଧି ପ୍ରମୁଖ ନିଜ ନିଜ ମତ ଉପସ୍ଥାପନା କରିଥିଲେ । ପାନ୍ଥଶାଳା ଗୃହ ନର୍ମାଣ କାର୍ଯ୍ୟ ଶେଷ ସହ ପ୍ରଥମ ଫ୍ଲୋରର ଭଡା ସମ୍ବନ୍ଧରେ ଆଲୋଚନା କରାଯାଇ ଏକ ଧର୍ମଶାଳା କମିଟି ଗଠନ କରାଯାଇଥିଲା । ସଭା ଆରମ୍ଭରେ ଭାଗବତ ପଠନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ଓ ଛତିଶଗଡ଼ ସାଇ ମାନଙ୍କର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ । ପାଇକମାଲ ସାଇ ସଭାପତି ସୁରଥ ସାହୁ, ସମ୍ପାଦକ ସୁଶାନ୍ତ ସାହୁ, ନୀଲେଶ ସାହୁ, ସୌମ୍ୟରଞ୍ଜନ ସାହୁ ସହଯୋଗ କରିଥିଲେ । ଶ୍ରୀଧର ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.