
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ତଃ ରାଜ୍ୟ ସାଇବର ଠକେଇ ମାମଲାରେ ଗଞ୍ଜାମ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ରମ୍ଭା ଥାନା ଅନ୍ତର୍ଗତ ପାଲୁରୁଗଡ଼ ଗଜପତିନଗର ଅଞ୍ଚଳରୁ ଖୁଲାସା ହୋଇଥିବା କୁହାଯାଏ । ଏହି କେଶ୍ ବୃତ୍ତାନ୍ତକୁ ରବିବାର ମଧ୍ୟାହ୍ନରେ ଗଞ୍ଜାମ ଏସ୍ପି ହରିଶ୍ ବିଶିଙ୍କ ଆହୂତ ଏକ ପ୍ରେସ୍ମିଟ୍ କୁହାଯାଇଛି ଯେ, ବେଆଇନ ଅନଲାଇନ୍ ବେଟିଂ ଆପ୍ ମାଧ୍ୟମରେ ତିନିଜଣ ଆନ୍ତଃ ରାଜ୍ୟ ଠକ ଗ୍ୟାଙ୍ଗଙ୍କୁ ଠାବ କରି ୩ ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଛି । ଗିରଫ୍ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ରାମଗଡ଼ ଜିଲ୍ଲା ଅନ୍ତର୍ଗତ ଭୂର୍କୁଣ୍ଡା ଥାନା ଅଞ୍ଚଳର ଦୁର୍ଗା ପାଣ୍ଡେଙ୍କ ପୁତ୍ର ଶତ୍ରୁଘ୍ନ କୁମାର ପାଣ୍ଡେ (୨୬), ଛତିଶଗଡ଼ ରାଜ୍ୟର ଭିଲାଇ ସ୍ଥିତ କୁରିସିପର୍ ଅଞ୍ଚଳର ସ୍ୱରୂପ ଦାସଙ୍କ ପୁତ୍ର ଧରମଦାସ ମାଣିକପୁରୀ (୩୦) ଏବଂ ଛତିଶଗଡ଼ ରାଜ୍ୟ ଭିଲାଇ ଦୁର୍ଗ ସ୍ଥିତ ସୁବାଷ ଛକରେ ରହୁଥିବା ସାଂଗକୁ ଛତ୍ରପୁର ମ୍ୟୁନିସିପାଲିଟି ଅଧୀନରେ ଷ୍ଟେସନ୍ ରୋଡ଼ ରାମଲକ୍ଷ୍ମୀ ନଗରର ବାସିନ୍ଦା କ୍ରିଷ୍ଣା ସେଠୀଙ୍କ ପୁତ୍ର ଜଗଦୀଶ ସେଠୀ ଓରଫ ସୁରଜ (୩୦)ଙ୍କୁ ପୋଲିସ ଗିରଫ କରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଝାରଖଣ୍ଡର ଶତ୍ରୁଘ୍ନ ଓ ଛତିଶଗଡ଼ର ଧରମ ଦାସ, ଛତ୍ରପୁରର ଜଣେ ବ୍ୟକ୍ତି ଜଗଦୀଶଙ୍କୁ ହାତ ବାରିସି କରି ରମ୍ଭା ଥାନା ଅଧୀନ ଗଜପତି ନଗର, ପାଲୁରଗଡ଼ା ଅଞ୍ଚଳରେ ଏକ ଭଡ଼ା ଘର ନେଇଥିଲେ । ସେଠାରୁ ଅନଲାଇନ୍ ବେଟିଂ ଆପ୍ର ପରିଚାଳନା କରୁଥିଲେ । ସେମାନେ ସାଧାରଣ ଲୋକଙ୍କୁ ଅଧିକ ଲାଭର ପ୍ରଲୋଭନ ଦେଖାଇ ଟଙ୍କା ଜମା କରିବାକୁ ସେଠାକାର ଲୋକଙ୍କୁ ପ୍ରଲୋଭିତ ଅବା ଉସୁକାଉଥିଲେ ବୋଲି କୁହାଯାଏ । ବିଶ୍ୱସ୍ତ ସୂଚନା ପାଇ ସାଇବର ପୁଲିସ ଟିମ୍ ସେହି ଘର ଉପରେ ଚଢ଼ାଉ କରିଥିଲା । ପୁଲିସକୁ ଦେଖି କିଛି ଠକ ବ୍ୟକ୍ତି ଫେରାର ହୋଇଥିବା ବେଳେ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଚଢ଼ାଉ ବେଳେ ପୋଲିସ ୨ଟି ଏଚ୍ପି-ଲାପଟପ୍, ଗୋଟିଏ ଲେନୋଭୋ ମୋଡେଲର କ୍ରୋମବୁକ୍, ୭୮ଟି ଏଟିଏମ୍ / ଡେବିଟ୍ କାର୍ଡ, ୧୬ଟି ବ୍ୟାଙ୍କ ପାସ୍ବୁକ୍, ୧୪ଟି ସ୍ମାର୍ଟଫୋନ୍, ୮୬ଟି ସିମ୍ କାର୍ଡ ଏବଂ ଗୋଟିଏ ବଜାଜ ପଲସର ବାଇକ୍ ଜବତ କରିଛି । ଗିରଫ ଅଭିଯୁକ୍ତମାନେ “ଜେଡି ଭଇୟା ଏଫ୍.ପି.ହିସାବ୍ ଗୃପ୍ ନାମକ ବୋଲି ଜଣାଯାଇଛି । ଉକ୍ତ କମ୍ପାନୀ ନାମରେ ଏକ ହ୍ୱାଟସ୍ଆପ୍ ଗ୍ରୁପ୍ ମାଧ୍ୟମରେ ବେଟିଂ କାରବାର ଚଳାଉଥିଲେ । ମୋବାଇଲ ଓ ଅନଲାଇନ୍ ଉପକରଣ ଯାଞ୍ଚ ବେଳେ ରେଡି-ପ୍ଲେ,୧୧, ହାସ୍ ୭୭୭, ୧୦୦ ପ୍ୟାନେଲ, ଫେୟେର୍ ପ୍ଲେ, ଏବଂ ଡିଜି ଟା ଲାପ୍. ୱାନ୍ ଲିଙ୍କ୍ ମି ଭଳି ଭଳି ବେଟିଂ ଗ୍ୟାମ୍ ଅର୍ଥ ଠକେଇ ମାମଲାରେ ସେମାନଙ୍କ ପ୍ଲାଟଫର୍ମ ସହ ସମ୍ପୃକ୍ତ ତଥ୍ୟ, ଆଇଡି, ପାସୱାର୍ଡ ଓ ଆର୍ଥିକ କାରବାରର ରେକର୍ଡ ପୋଲିସ ଜବତ୍ କରିଛି । ଅଭିଯୁକ୍ତମାନଙ୍କ ପାଖରୁ ବିଭିନ୍ନ ବ୍ୟକ୍ତିଙ୍କ ପାନ୍ କାର୍ଡ, ଆଧାର କାର୍ଡ, ବ୍ୟାଙ୍କ ଖାତା ସମ୍ବନ୍ଧୀୟ ଦଲିଲ ମଧ୍ୟ ଜବତ ହୋଇଛି । ଏହି ଦଲିଲଗୁଡ଼ିକ କିପରି ଓ କେଉଁଠାରୁ ମିଳିଲା ସେନେଇ ସେମାନେ କୌଣସି ତଥ୍ୟ ଦେଇ ନାହାନ୍ତି । ଏଭଳି ଠକେଇ ଘଟଣାରେ କିଭଳି ଟଙ୍କା ନେଣଦେଣ ହେଉଥିଲା । ନେଟୱାର୍କରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତି ଏବଂ ସମ୍ପୂର୍ଣ୍ଣ ଠକେଇ ଜାଣିବା ପାଇଁ ସାଇବର ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।