jayashree

ନୃସିଂହନାଥରେ ତୈଳିକ ବୈଶ୍ୟ ସାହୁ ସମାଜର ନୂଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ପାଇକମାଲ ବ୍ଲକ ନୃସିଂହନାଥ ପୀଠରେ ପାଇକମାଲ ତୈଳିକ ବୈଶ୍ୟ ସାହୁ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ସମାଜର ସଭାପତି ବଳରାମ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବରଗଡ଼ ଜିଲ୍ଲା ତୈଳିକ ବୈଶ୍ୟ ସାହୁ ସମାଜର ସଭାପତି ଭିକାରୀ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବରଗଡ଼ ଜିଲ୍ଲା ତୈଳିକ ବୈଶ୍ୟ ସାହୁ ସମାଜର ସମ୍ପାଦକ ଭକ୍ତପୁରଣ ସାହୁ ମୁଖ୍ୟ ବକ୍ତା ଏବଂ ପାଇକମାଲ ତୈଳିକ ବୈଶ୍ୟ ସାହୁ ସମାଜର ସମ୍ପାଦକ ଯୁଧିଷ୍ଠିର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ନୂଆଁଖାଇର ସାମାଜିକ ଓ ସାଂସ୍କୃତିକ ମହତ୍ତ୍ୱ, ସମାଜରେ ଏକତା, ଭାଇଚାରା ଓ ପରସ୍ପର ସହଯୋଗ ବଜାୟ ରଖିବା ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ନୂଆଁଖାଇ ଭେଟଘାଟ ମାଧ୍ୟମରେ ସମାଜର ସଦସ୍ୟମାନଙ୍କ ମଧ୍ୟରେ ସ୍ନେହ ଓ ସମ୍ପର୍କ ଆହୁରି ଦୃଢ଼ ହେଉ ବୋଲି ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଗଙ୍ଗାଧର ସାହୁ, ଭରତ ଚନ୍ଦ୍ର ସାହୁ, ମୁକୁନ୍ଦ ସାହୁ, କୌତୁକ ସାହୁ, ଋଣମଣ ସାହୁ, ସୁବାଷ ଚନ୍ଦ୍ର ସାହୁ, ହୁତାସନ ପାଣ୍ଡେ, କିଶୋର ଚନ୍ଦ୍ର ସାହୁ ଓ କେଶବ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଭାପତି ବଳରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.