jayashree

ବିବାହିତା ମହିଳା ନିଖୋଜ : ବଙ୍ଗୋମୁଣ୍ଡା ଥାନାର ଦ୍ୱାରସ୍ଥ ହେଲେ ସ୍ୱାମୀ ଓ ଝିଅ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଧ ପଞ୍ଚାୟତ ଛତ୍ରଙ୍ଗ ଗାଁର ଜଣେ ବିବାହିତା ମହିଳା ନିଖୋଜ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ଥାନାର ଦ୍ୱାରସ୍ଥ ହେଲେ ସ୍ୱାମୀ ଓ ଝିଅ । ଗତ ସେପ୍ଟେମ୍ବର ୮ ତାରିଖ ଅପରାହ୍ନ ୩ ଘଟିକାରୁ ଛତ୍ରଙ୍ଗ ଗାଁର ତପସ୍ୱୀ ଶବର (୨୮)ନାମକ ଜଣେ ମହିଳା ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଛି । ପରିବାର ଲୋକେ ସମ୍ପର୍କୀୟ ଘର ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ପତ୍ତା ମିଳିପାରିନି । ପରେ ୧୦ ତାରିଖ ଦିନ ବଙ୍ଗୋମୁଣ୍ଡା ଥାନାକୁ ଯାଇ ଏତଲା ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କ ପତ୍ତା ମିଳିପାରିନାହିଁ । ଘରେ ସ୍ୱାମୀ ତିୱାରୀ ଶବର ଓ ଝିଅ ମୁସ୍କାନ ଶବର ଏବେ ଚିନ୍ତାରେ ଭାଙ୍ଗି ପଡିଛନ୍ତି । ଏ ନେଇ ବଙ୍ଗୋମୁଣ୍ଡା ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି । ପତ୍ନୀଙ୍କୁ ଉଦ୍ଧାର କରିବା ପାଇଁ ସ୍ୱାମୀ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ତୁରନ୍ତ ତଦନ୍ତ କରି ନିଖୋଜ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଗ୍ରାମବାସୀମାନେ ଦାବି କରିଥିଲେ ।

Leave A Reply

Your email address will not be published.