jayashree

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ଲୋୟର ଇନ୍ଦ୍ର କେନାଲ ବିଭାଜନ ନ -୩, ବଙ୍ଗୋମୁଣ୍ଡା ଅନ୍ତର୍ଗତ ଥିବା ପାଣି ପଞ୍ଚାୟତର ସଭ୍ୟବୃନ୍ଦ ଏବଂ ଲୋୟର ଇନ୍ଦ୍ର କେନାଲ ବିଭାଜନ ନ -୩ର କର୍ମଚାରୀ ମାନଙ୍କ ଦ୍ୱାରା ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅଧୀକ୍ଷଣ ଯନ୍ତ୍ରୀ ସୌମ୍ୟରଞ୍ଜନ ଜଇପୁରିଆ, ସହାୟକ ନିର୍ବାହୀ ଯନ୍ତ୍ରୀ କେଶବ ସିଂହ, ସହାୟକ ନିର୍ବାହୀ ଯନ୍ତ୍ରୀ ହିମାଞ୍ଚଲ ବେହେରା, ସହାୟକ ଯନ୍ତ୍ରୀ ରମେଶ କଶ୍ୟପ, ପୂର୍ଣ୍ଣଚନ୍ଦ୍ର ମାଝୀ, ସନ୍ତୋଷ ମାଝୀ, କନିଷ୍ଠ ଯନ୍ତ୍ରୀ ରାକେଶ ମଲିକ, ମୃତ୍ୟୁଞ୍ଜୟ ଜେନା, ପାଣି ପଞ୍ଚାୟତର ଜଳ ଉପଯୋଗକାରୀ ସମିତିର ଅଧ୍ୟକ୍ଷ ମଞ୍ଜେସ ମେହେର ତଥା ବିଭାଜନର ଅନ୍ୟାନ୍ୟ କର୍ମକର୍ତ୍ତା ଓ ପାଣି ପଞ୍ଚାୟତର ସଦସ୍ୟମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ସେମାନେ ମିଳିମିଶି କେନାଲ ସଫା, କେନାଲ ହୁଡାରେ ବୃକ୍ଷ ରୋପଣ କରିଥିଲେ, ପାଣି ସୁବଣ୍ଟନ ଓ ସହଭାଗିତା, ତଥା ପାଣି ଅପଚୟ ନକରିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମଟି ଅତ୍ୟନ୍ତ ସୂଚାରୁ ରୂପେ ହୋଇ ପାରିଥିଲା, ଏହାଦ୍ୱାରା ଚାଷୀ ଭାଇମାନଙ୍କୁ ଅତ୍ୟନ୍ତ ପ୍ରେରଣା ମିଳିଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଚାଷୀମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.