csstore

ସୋନପୁର ରେଡ଼କ୍ରସ ଛାତ୍ରଛାତ୍ରୀଙ୍କ ରାଜ୍ୟ ଶିବିରରେ କୃତିତ୍ୱ

ସୋନପୁର, (ରାଜ କିଶୋର ତ୍ରିପାଠୀ) : ଜିଲ୍ଲା ଶିକ୍ଷାଧିକାରୀ ସୋନପୁର ଶ୍ରୀମତୀ ମୀନାରାଣୀ ମଙ୍ଗଳଙ୍କ ନିର୍ଦ୍ଦେଶକ୍ରମେ ତଥା ଜୁନିଅର ରେଡ଼କ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ତତ୍ୱାବଧାନରେ ଜିଲ୍ଲା ସ୍ତରୀୟ ଶିବିରରେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ୧୦ ଜଣିଆ ଛାତ୍ରଛାତ୍ରୀ ଦଳ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ଜଗଦୀଶ ଦାଶ ଓ ଶିକ୍ଷୟିତ୍ରୀ ରୀନା ବାଗଙ୍କ ନେତୃତ୍ୱରେ ରାଜ୍ୟ ସ୍ତରୀୟ ଜୁନିୟର ରେଡକସ ଶିକ୍ଷା ଓ ତାଲିମ ଶିବିରରେ ଯୋଗଦାନ କରିଛନ୍ତି । ବରିଷ୍ଠ ସାଧନ କର୍ମୀ ଚନ୍ଦ୍ରମଣି ବାଗ ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ପଂଚାୟତ ଉଚ୍ଚ ବିଦ୍ୟାଳୟର ପାୟଲ ବିଶ୍ଵକର୍ମା, ଆୟୁଷି ନାଏକ, ପ୍ରୀତି ପଧାନ, ଶ୍ରୀମୟୀ ସେଠ୍, ସୁବଳୟା ଉଚ୍ଚ ବିଦ୍ୟାଳୟର ସଂସ୍କୃତି ଖମାରି, କମିରା ଉଚ୍ଚ ବିଦ୍ୟାଳୟର ଲକ୍ଷ୍ମୀପ୍ରିୟା ପଧାନ, ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟର ତ୍ରିଲୋଚନ ପେରା, ବିଶ୍ୱଭାରତୀ ଚିନ୍ତନ ଶିକ୍ଷା ନିକେତନର ସୁଭଦ୍ରା ନାଏକ, ସେବା ଏକାଡେମୀ ବିନିକାର ଶ୍ରୀୟା କର, ବାଉଁଶୁଣି ଉଚ୍ଚ ବିଦ୍ୟାଳୟର ପୂଜାସ୍ପଦ ଦଣ୍ଡସେନା ରାଜ୍ୟ ସ୍ତରୀୟ ଶିବିରରେ ବିଭିନ୍ନ ଶିକ୍ଷିଣୀୟ କାର୍ଯ୍ୟକ୍ରମ ତଥା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ଦଳଗତ ନୃତ୍ୟ ପ୍ରତିଯୋଗୀତାରେ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଅତିଥି ବୃନ୍ଦ ସୋନପୁର ଦଳର ପ୍ରତିଭାଗୀ ମାନଙ୍କୁ ସାର୍ଟିଫିକେଟ, ମେଡାଲ ଓ ଟ୍ରଫି ଦେଇ ପୁରସ୍କୃତ କରିଛନ୍ତି । ଉକ୍ତ ଉପଲବ୍ଧି ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀ ମୀନାରାଣୀ ମଙ୍ଗଳ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଘନଶ୍ୟାମ ମେହେର ଓ ରାଜ୍ୟ ଜୁନିଅର ରେଡ଼କ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ, ସାହାରା ଟ୍ରଷ୍ଟ ହାଇସ୍କୁଲର ପ୍ରଧାନ ଶିକ୍ଷକ ଗତିକୃଷ୍ଣ ମିଶ୍ର, ବିଶ୍ଵ ଭାରତୀ ଚିନ୍ତନ ଶିକ୍ଷା ନିକେତନର ପ୍ରଧାନ ଶିକ୍ଷକ ଅକ୍ଷୟ ସାହୁ ପ୍ରମୁଖ ଛାତ୍ରଛାତ୍ରୀ ଓ ଜୁନିୟର ରେଡକ୍ରସ କାର୍ଯ୍ୟକ୍ରମର ସୋନପୁର ୟୁନିଟକୁ ଉତ୍ସାହିତ କରିଛନ୍ତି ।

jayashree
Leave A Reply

Your email address will not be published.