ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଟିକ୍ରାପଡା ଶ୍ରୀରାମ ମନ୍ଦିରରେ ସ୍ୱଭାବ କବି ଗଙ୍ଗାଧର ଜୟନ୍ତୀ ଓ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ମୁଖ୍ୟବକ୍ତା ଭାବରେ ଡା. ଅଶୋକ କୁମାର ସେଠୀ, ସମ୍ମାନିତ ବକ୍ତା ଭାବରେ ଆଦର୍ଶ ଶିକ୍ଷକ କପିଳ ପତି ଯୋଗ ଦେଇ ଗଙ୍ଗାଧର ସାହିତ୍ୟ ଉପରେ ବିଷଦ ଆଲୋଚନା କରି ବର୍ତ୍ତମାନ ସେହି ସାହିତ୍ୟର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ । ସଭା ଆରମ୍ଭରେ ଗଙ୍ଗାଧରଙ୍କ ଫଟୋକୃତିରେ ଧୂପ, ଦୀପ ଓ ମାଲ୍ୟାର୍ପଣ କରାଯାଇଥିଲା । ସଭାକୁ କସ୍ତୁରୀ ରଥ ପରିଚାଳନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଆଦ୍ୟାଶକ୍ତି ନାରୀ ସଂଗଠନର ଭଉଣୀମାନେ ପୂଜ୍ୟପୂଜା ସଂଗଠନର ଭାଇମାନଙ୍କୁ ରାକ୍ଷୀ ବାନ୍ଧି ଦୀର୍ଘ ଜୀବନ କାମନା କରି ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସନାଧର ବନଛୋର, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଚୁଡେନ୍ଦ୍ର କୁମାର ବେହେରା, ଦୁର୍ଗା ଚରଣ ସାହୁ, ଅରୁଣ ଖୁଆସ, ନିହାରିକା ମିଶ୍ର, ସ୍ୱର୍ଣ୍ଣମୟୀ ମିଶ୍ର, ଦୀପ୍ତିମୟୀ ମିଶ୍ର, ରାଜଶ୍ରୀ ତ୍ରିପାଠୀ, ଆରତୀ ମିଶ୍ର, ମାଳତୀ ଉଦ୍ଗାତା, ପ୍ରଦୀପ ପସାୟତ, ରାମ ଶଙ୍କର ଶତପଥି, ଧର୍ମବ୍ରତ ରଥ ଓ ମଦନ ମୋହନ ରଥ ସହଯୋଗ କରିଥିଲେ । ଶେଷରେ ସୁରଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
