
କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କେସିଙ୍ଗା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜ୍ଞାନ ବିଜ୍ଞାନ ମେଳା ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାହଷ ସମ୍ପତ ଛୁରିଆ ଯୋଗ ଦେଇ ଶିଶୁମାନଙ୍କୁ ବିଜ୍ଞାନ ପ୍ରତି ଆକୃଷ୍ଟ ହୋଇ ବୈଜ୍ଞାନିକ ମୋନୋଭାବ ଜାଗ୍ରତ କରିବାକୁ କହିଥିଲେ । ପରିଚାଳନା ସମିତିର ସଭାପତି ସିମାଞ୍ଚଲ ବୁଦ୍ଧିଆ ଓ ଉପ ସଭାପତି ଘାସିରାମ ମହଲା ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ପ୍ରବୀଣ କୁମାର ବେହେରା ଆବଶ୍ୟକତା ହି ଉଦଭାବନର ଜନନୀ ବୋଲି ମନ୍ତବ୍ୟ ରଖିଥିଲେ । ଗୁରୁମା ସବିତା ମହାନ୍ତି ବିବରଣୀ ପଠନ କରିଥିଲେ । ଭଉଣୀ ବର୍ଷା ପ୍ରିୟଦର୍ଶିନୀ ଦାସ ଓ ଦେବେନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିଲେ । ସମାରୋପ କର୍ଯ୍ୟକ୍ରମରେ ପରିଚାଳନା ସମିତିର ସମ୍ପାଦକ ଅଭୟ କୁମାର ଦେବତା ଉପସ୍ଥିତ ରହି କୃତି ଶିଶୁଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଜ୍ଞାନ ବିଜ୍ଞାନ ମେଳାରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ବିଜ୍ଞାନ ପ୍ରକଳ୍ପ, ପ୍ରଶ୍ନ ମଞ୍ଚ, ପତ୍ରବାଚନ, ବିଜ୍ଞାନ ଓ ଗଣିତ ପ୍ରୟୋଗ, କଥା କଥନ, ମୂର୍ତ୍ତି କଳାରେ ମୋଟ ୩୫୦ ଜଣ ଶିଶୁ ଅଂଶଗ୍ରହଣ କରିଥିଲେ । ଗୁରୁମା ରାଜେଶ୍ୱରୀ ରଥ ଅତିଥିମାନଙ୍କର ପରିଚୟ କରି ଥିବା ବେଳେ ଗୁରୁଜୀ ରାଧୁ ବଗର୍ତ୍ତୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟ କ୍ରମରେ ସମସ୍ତ ଗୁରୁଜୀ ଗୁରୂମା ଓ ସେବକ ସେବିକା ସହଯୋଗ କରିଥିଲେ ।