csstore

ଚାରା ବଣ୍ଟନ କଲେ ବଲାଙ୍ଗିର ଜିଲ୍ଲା ଓକିଲ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାରା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । ଜିଲ୍ଲା ଓକିଲ ସଂଘ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥଙ୍କ ନେତୃତ୍ୱ କରିଥିଲେ । ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଗଛ ବଣ୍ଟନ କରାଯାଇଥିଲା । ନିଜ ଘରରେ ବୃକ୍ଷରୋପଣ କରିବା ସହିତ ତାର ଯତ୍ନ ନେବାକୁ ଅନୁରୋଧ କରାଯାଇଥିଲା । ବର୍ତ୍ତମାନ ସମୟରେ ବୃକ୍ଷରୋପଣର ଅତି ଆବଶ୍ୟକତା ରହିଥିବା ବେଳେ ଲୋକେ କେମିତି ସଚେତନ ହେଇ ବୃକ୍ଷରୋପଣ କରିବେ ଏବଂ ଚାରା ନେଇ ସେଇ ସଚେତନତା ବୃଦ୍ଧି କରାଯାଉ ବୋଲି ସଂଘର ସଭାପତି ପ୍ରତିକ୍ରିୟା ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ସଞ୍ଜୟ ବଗର୍ତ୍ତୀ, ଉପ ସଭାପତି ସୁଧାଂଶୁ ଶେଖର ଦେଓ, ସଂଘର କର୍ମକର୍ତ୍ତା ହେଲେ ପିଙ୍କୁ ଖୁଆସ, ଶିବ ତ୍ରିବେଦୀ, ସବିତା ମିଶ୍ର, ଦୀପ୍ତି ଶର୍ମା, ଭବାନୀ ଶଙ୍କର ଭୋଇ ବଶିଷ୍ଠ ଓକିଲ ହେଲେ ଅମରେନ୍ଦ୍ର ମିଶ୍ର, ଜୟ ନାରାୟଣ ମିଶ୍ର, ରବି ନାରାୟଣ ବହିଦାର, ଭବାନୀ ଶତପଥୀ, ରତନ ମହାରଣା, ବିଜୟ କୁମାର ରଥଙ୍କ ସହିତ ବହୁ ସଂଖ୍ୟାରେ ଓକିଲ ମାନେ ଯୋଗ ଦେଇଥିଲେ । ବନ ବିଭାଗ, ବଲାଙ୍ଗିରର ବିଭିନ୍ନ ସଙ୍ଗଠନ ଓ ନାଗରିକମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.