jayashree

ମହାତ୍ମା ଜ୍ୟୋତିବା ରାଓ ଫୁଲେ ଏବଂ ମାତା ସାବିତ୍ରୀ ବାଇ ଫୁଲେଙ୍କ ଭବ୍ୟ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥାନୀୟ ଜିଲ୍ଲା ଯାଦବ ଭବନ ପରିସରରେ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ଆନୁକୁଲ୍ୟରେ ଏକ ପ୍ରସ୍ତୁତି ବୈଠକ ସଭାନେତ୍ରୀ ସବିତା ନନ୍ଦଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ମହାତ୍ମା ଜ୍ୟୋତିବା ରାଓ ଫୁଲେ ଏବଂ ମାତା ସାବିତ୍ରୀ ବାଇ ଫୁଲେ ଆଧୁନିକ ଭାରତର ଶିକ୍ଷାର ଜନକ ଓ ଜନନୀ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ବକ୍ତା ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏଣୁ ତାଙ୍କର ଭବ୍ୟ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସର୍ବସମ୍ମତିକ୍ରମେ ସିଦ୍ଧାନ୍ତ ନିଆଯାଇଥିଲା । ଏଥିରେ ଧିମାନ ରାଜେନ୍ଦ୍ର ସୁନା, ଦଣ୍ଡୁଆ କୁମ୍ଭାର, ଭୁବନ ନାଗ, ସୂର୍ଯ୍ୟମଣି ସୁନା, କୁନାଲ ଗହିର, ନେପାଳ ଚନ୍ଦ୍ର ବାଗ, ବାସନ୍ତୀ ନନ୍ଦ ସତ୍ୟାନନ୍ଦ ସୁନା, ଯୁଧିଷ୍ଠିର ସୁନା, ବୈକୁଣ୍ଠେଶ୍ଵର ବାରିକ, କୁଶଲେଶ୍ଵର ସୁନା, ପୂର୍ଣଚନ୍ଦ୍ର ବିଶ୍ଵାଲ, ବଲିନ୍ଦ୍ର ଛୁରିଆ, ସୁରେଶ ଚନ୍ଦ୍ର କୁମ୍ଭାର, ସରୋଜ କୁମାର ମେଶ୍ଵା, ସନ୍ଧ୍ୟା ରାଣୀ ସାହୁ, ସିମାରାଣୀ ଗଡତ୍ୟା, ପ୍ରେମ ଶୀଲା ସାହୁ, ଅମ୍ବିକା କୁମ୍ଭାର,ଦୀପା ମୁଗ୍ରୀ, ଟୁନୀ ସେଠ, ପ୍ରମିଲା ବଗର୍ତ୍ତି, ସଶ୍ମିତା କୁମ୍ଭାର, ମମତା ବରିହା, ଯୁବ ନେତା ଜ୍ୟୋତିଷ ମୁଗ୍ରୀ, କିଶୋରୀ ସାଗର, ସବିତା ନାଗ, ଧାଈ ରୋହିଦାଶ, ହେମ ସୁନ୍ଦର ନାଗ ଯଶୋବନ୍ତୀ ରୋହିଦାଶ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ ଥିଲେ ।

Leave A Reply

Your email address will not be published.