୭୬ତମ ବନ ମହୋତ୍ସବ ଜୟପାଟଣାର ବିଭିନ୍ନ ବିଦ୍ୟାଳୟରେ ପାଳିତ

ଜୟପାଟଣା, (ଶେଷଦେବ ବେହେରା ) : ଆଜି ବନମହୋତ୍ସବର ଷଷ୍ଠ ଦିବସରେ ପ୍ରାଥମିକ ଶିକ୍ଷକ ସଂଘ ଜୟପାଟଣା ଓ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ କଳାହାଣ୍ଡି ଶାଖା ତରଫରୁ ବିଭିନ୍ନ ବିଦ୍ୟାଳୟରେ ୧୫୦ ଖଣ୍ଡ ଚାରା ଗଛ ରୋପଣ କରାଯାଇଛି । କାର୍ଯ୍ୟକ୍ରମରେ ମାନ୍ୟବର ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରି, ସଂଘ ସଭାପତି ପ୍ରମୋଦ କୁମାର ଠାକୁର, ଗୋଷ୍ଟି କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ମୋହନ ଯୋଶୀ, ଉପସଭାପତି ସଞ୍ଜୟ ପଣ୍ଡା, ବାନର ଖଳିଆଭଟା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତି ପୁଝାରୀ, ବାନେର ପଞ୍ଚାୟତ ସମିତି ସଭ୍ୟ ଅନନ୍ତ ପଟ୍ଟନାୟକ ଉପସ୍ଥିତ ରହି” ମାଁ ପାଇଁ ଗଛ ଟିଏ” ସଚେତନତାର ବାର୍ତ୍ତା ଦେଇଥିଲେ । ଖଳିଆଭଟାଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ହରପ୍ରିୟା ନାଏକ, ବାନେର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରତ ରଞ୍ଜନ ପଣ୍ଡା, ପୋଳକମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ସୁମିତ ନାଏକ, ସାଗୁନଭାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନରୋତ୍ତମ ଦାସ, ଧୁଟିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୌତମ ବେହେରା ଉପସ୍ଥିତ ସହ ଛାତ୍ର ଛାତ୍ରୀ, ଅଭିଭାବକ, ଗ୍ରାମବାସୀ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତେ ଉତ୍ସାହର ସହ ୭୬ତମ ବନ ମହୋତ୍ସବରରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମଟିକୁ ସଂଘ ସଂପାଦକ ଲଳିତ କୁମାର ନାଏକ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.