
ଢେଙ୍କାନାଳ : ସଦର ଥାନା ୫୫ ନଂ ଜାତୀୟ ରାଜପଥ କାଉଁରିଆପାଳ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି । କାର୍ ଉପରେ ପାଉଁଶ ବୋଝେଇ ହାଇୱା ଚଢ଼ି ଯିବାରୁ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ, ଗୁରୁବାର ଅପରାହ୍ନ ସାଢେ ୨ଟା
ସମୟରେ ଅନୁଗୁଳ ପଟରୁ ଏକ ଟ୍ରକ, ପଛକୁ କାର ଏବଂ ହାଇୱା ଢେଙ୍କାନାଳ ଆଡକୁ ଆସୁଥିଲେ । ହଠାତ୍ ଆଗରେ ଆସୁଥିବା ଟ୍ରକଟି ବ୍ରେକ୍ ମାରି ଦେଇଥିଲା । ପଛରେ ଥିବା କାର୍ ଓ ହାଇୱା ଭାଇସାମ୍ୟ ହରାଇ ବସିଥିଲେ । କାରଟି ଆଗ ଟ୍ରକ ପଛରେ ପିଟି ହେବା ସହ ପଛରେ ଥିବା ହାଇୱାଟି କାର ଉପରେ ଚଢିଯାଇଥିଲା । କାରଟି ସମ୍ପୂର୍ଣ୍ଣ ଚାପି ହୋଇଯିବା ସହ ଡ୍ରାଇଭର ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ହିନ୍ଦୋଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ମୃତ୍ୟୁ ଡ୍ରାଇଭରକୁ ଉଦ୍ଧାର କରିଛନ୍ତି । ଟ୍ରକ ଚାଳକ ଫେରାର ହୋଇଯାଇଥିବାବେଳେ ହାଇୱା ଚାଳକକୁ ପୁଲିସ ଅଟକ ରଖିଛି ।