oom

ସୁବର୍ଣ୍ଣପୁର ଜିଲ୍ଲା ଶ୍ରେଷ୍ଠ ଜୁନିୟର ରେଡକ୍ରସ ଜିଲ୍ଲା ଭାବରେ, ରାଜ୍ୟପାଳଙ୍କ ଦ୍ଵାରା ପୁରସ୍କୃତ

jsmm

ସୋନପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ଶତ ପ୍ରତିଶତ ସ୍କୁଲରେ ଜୁନିୟର ରେଡକ୍ରସ ୟୁନିଟ ଦ୍ୱାରା ପ୍ରାଥମିକ ଚିକିତ୍ସା ସେବା, ପ୍ରାକୃତିକ ବିପର୍ଯ୍ୟୟ, ସଡ଼କ ସୁରକ୍ଷା, ରକ୍ଷକ, ସ୍ଵେଚ୍ଛାକୃତ ରକ୍ତଦାନ, ଶିଶୁ ସୁରକ୍ଷା, ଟବାକୋ ବ୍ୟବହାର ରୋକିବା, ଏଚ୍ଆଇଭି ଏଡସ ସଚେତନତା, ବ୍ୟକ୍ତିତ୍ଵ ବିକାଶ, ଲାଇଫ ସ୍କିଲ୍ସ, ଆନନ୍ଦମୟ ଜୀବନର କୌଶଳ ଭଳି ବିଭିନ୍ନ ମାନବୀୟ ସେବା ପ୍ରଦାନ କରିବାରେ ଉତ୍କୃଷ୍ଟତା ପ୍ରତିପାଦନ କରିପାରିଥିବା ଯୋଗୁ ଭାରତୀୟ ରେଡ କ୍ରସ ଓଡିଶା ଶାଖା ତରଫରୁ ସୁବର୍ଣ୍ଣପୁର ଜିଲ୍ଲାକୁ ଶ୍ରେଷ୍ଠ ଜୁନିୟର ରେଡ କ୍ରସ ଜିଲ୍ଲା ଭାବରେ ପୁରସ୍କୃତ କରିଛନ୍ତି । ଭୁବନେଶ୍ୱର ସ୍ଥିତ ରାଜଭବନର ଅଭିଷେକ ହଲରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଜୁନିୟର ରେଡକ୍ରସ ସମ୍ପାଦକ ମଞ୍ଜୁଲତା ଭୋଇ ଏବଂ ଜିଲ୍ଲା ଜୁନିୟର ରେଡ କ୍ରସ ଅଧିକାରୀ ରବିଚନ୍ଦ୍ର ପଶାୟତ ମହାମହିମ ଓଡ଼ିଶା ରାଜ୍ୟପାଳ ଡ.ହରିବାବୁ କୁମ୍ଭମ ପତିଙ୍କ ଠାରୁ ମାନପତ୍ର, ସାର୍ଟିଫିକଟ ଓ ଉତ୍ତରୀୟ ଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ଆଗାମୀ ଦିନରେ ଜିଲ୍ଲାରେ ସମସ୍ତ ସ୍କୁଲ ତରଫରୁ ଜୁନିୟର ରେଡକ୍ରସ କାର୍ଯ୍ୟକ୍ରମକୁ ସୁପରିଚାଳନା କରାଯାଇ ହଜାର ସଂଖ୍ୟା ରେ ସ୍ୱେଚ୍ଛାସେବୀଙ୍କୁ ତାଲିମ ଦେଇ ଗୋଷ୍ଠୀ ଭିତ୍ତିକ ମୂଲ୍ୟବୋଧର ବିକାଶ କରାଯିବାକୁ ଯୋଜନା କରାଯାଇଛି । ଏବଂ ଉକ୍ତ ରାଜ୍ୟପାଳ ପୁରସ୍କାର ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ପ୍ରଧାନ ଶିକ୍ଷକ, ସାଧନ କର୍ମୀ, ପରାମର୍ଶଦାତା ଓ ବୁଦ୍ଧିଜୀବୀଙ୍କୁ ଉତ୍ସାହିତ କରିଛି ବୋଲି ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ ମତବ୍ୟକ୍ତ କରିଛନ୍ତି । ଜିଲ୍ଲାର ଭାଇସ ଚେୟାରମେନ ଗତିକୃଷ୍ଣ ମିଶ୍ର, ଡୁଙ୍ଗୁରିପାଲି ବିଇଓ ଗଣେଶ କିଷ।ନ, ବିନିକା ବିଇଓ ଲକ୍ଷ୍ମଣ ମିଶ୍ର, ତରଭା ବିଇଓ ନାରାୟଣ ମିଶ୍ର , ଡିଏସଏସ ପର୍ଶୁରାମ ମେହେର, ଡିପିଇଓ ସତ୍ୟ ନାରାୟଣ ତ୍ରିପାଠୀ ପ୍ରମୁଖ ଜୁନିୟର ରେଡକ୍ରସ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବାକୁ ଉକ୍ତ ରାଜ୍ୟପାଳ ପୁରସ୍କାର ପ୍ରେରଣା ଦେବ ବୋଲି ମତବ୍ୟକ୍ତ କରିଛନ୍ତି ।

jittmm
Leave A Reply

Your email address will not be published.