ମହାତ୍ମା ଗାନ୍ଧୀ କଲେଜର ଛାତ୍ରଛାତ୍ରୀ ଜିଲ୍ଲା ଟପ୍ପର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖରିଆଳ ଠାରେ ଥିବା ମହାତ୍ମା ଗାନ୍ଧୀ ବିଜ୍ଞାନ କଲେଜର ସଫଳତା, ଜିଲ୍ଲାରେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲାପାଇଁ ଗୌରବ ଆଣିଛନ୍ତି ଛାତ୍ରଛାତ୍ରୀ । ମହାତ୍ମା ଗାନ୍ଧୀ କଲେଜର ୯୫% ପିଲା ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ବେଳେ ବାକି ସମସ୍ତେ ଦ୍ଵିତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି, ପାସ୍‌ ହାର ଶହେ ଶତକଡା ରହିଛି, ଏହି କଲେଜର ପ୍ରିୟବ୍ରତ ରଣା ୮୭% ରଖି ଜିଲ୍ଲା ଟପ୍ପର ହୋଇଥିବା ବେଳେ ସମୀର ମିଶ୍ର ୮୬% ଓ କ୍ଷମସାଗର ରଣା ୮୩%ରଖି ଦ୍ୱିତୀୟ ଏବଂ ତୃତୀୟ ହୋଇ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି । ଏହି ଛାତ୍ରଛାତ୍ରୀ ତାଙ୍କ ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଶ୍ରେୟ ଦେଇଛନ୍ତି କଲେଜ କତୃପକ୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନା ଥାଉକି ଏହି ଛାତ୍ରଛାତ୍ରୀମାନେ ମାଟ୍ରିକ ପରୀକ୍ଷାରେ ରଖି ଥିବା ମାର୍କ ଠାରୁ ଅଧିକ ପ୍ରତିଶତ ମାର୍କ ରଖି ପାସ୍‌ କରିଥିବାରୁ ସେମାନଙ୍କ ବାପା, ମା’ ଖୁସି ବ୍ୟକ୍ତ କରିଛନ୍ତି

Leave A Reply

Your email address will not be published.