ବୋଡ଼େନ ବ୍ଲକକୁ ଫେରିଲା ଦାଦନ ଝିଅର ଶବ

ନୂଆପଡା, (ନିରାକାର ମେହେର) : ଆମ ଦେଶ ସ୍ୱାଧୀନ ହେବାର ୭୭ ବର୍ଷ । କିନ୍ତୁ ବର୍ତ୍ତମାନ୍ ମଧ୍ୟ ଆମେ ନିଜ ହକ୍‌ ଅଧିକାର ମୌଳିକ ଅଧିକାରରୁ ବଞ୍ଚିତ । ଏହାର ଦୋଷୀ କିଏ ଉତ୍ତର ଦାୟୀ କିଏ ? ଓଡିଶାରେ ଦାଦନ ସମସ୍ୟାର ସମାଧାନ କେବେ ହେବ ବର୍ଷକୁ ସହ ସହ ସବ ବାହାର ରାଜ୍ୟରୁ ଓଡ଼ିଶାକୁ ଫେରୁଛି ହେଲେ ଏଥି ପ୍ରତି କାହାର ନଜର ନାହିଁ । ରାଜ୍ୟ ମଧ୍ୟରେ ନୂଆପଡା ଜିଲ୍ଲା ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଯେଉଁଥିରେ ବିକାଶକୁ ଖୋଜିବାକୁ ପଡ଼େ ଆଦିବାସୀ ଅଞ୍ଚଳ ବୋଳି ନେତା ଠାରୁ ସରକାରୀ କର୍ମଚାରୀ କାହାର ନଜର ନାହିଁ । ଭୋଟ ସମୟରେ ରାଜ୍ୟ ସରକାର ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ସ୍ଥାନୀୟ ଜନପ୍ରତିନିଧି ବଡ଼ ବଡ଼ ଭାଷଣ ମାରି ଭୋଟ ହାତେଇ ଥାନ୍ତି । ହେଲେ ନିଜ ଅଞ୍ଚଳର ବିକାଶ ପାଇଁ ତିଳେ ମାତ୍ର ଦାୟିତ୍ଵ ନାହିଁ । ଯାହା ଫଳରେ ନୂଆପଡ଼ା ଜିଲ୍ଲାକୁ କେତେେ ବେଳେ ଶିଶୁ ଦାଦନ ଶ୍ରମିକ ମୃତଦେହ ପହଞ୍ଚୁଛି ତ କେତେ ବେଳେ ପରିବାର ପ୍ରତିପୋଷଣ ପାଇଁ ଯାଇଥିବା ଘର ମୁଖିଆର ମୃତଦେହ ପହଞ୍ଚୁଛି । ଯାହା ଆଜି ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଫରସରା ଗ୍ରାମପଞ୍ଚାୟତ ଅଧିନରେ ଥିବା ସର୍ଗିଗୁଡ଼ା ଗ୍ରାମରେ ଏହି ଗ୍ରାମର ଜୟସିଂ ପଟେଲ । ସମୟ ଥିଲା ଆଖ ପାଖ ଘରେ କାମ କରି କିଛି ରୋଜଗାର ହେଲେ ସେଥିରୁ ପରିବାର ଲୋକଙ୍କୁ ଦୁଇ ଓଲି ଦୁଇ ମୁଠା ଖାଇବାକୁ ମିଳୁଥିଲା ହେଲେ ହଟାତ ଜୟସିଂଙ୍କ ଅସୁସ୍ଥ ହୋଇ ପଡିଲେ । ଯାହା ଫଳରେ ପରିବାର ପାଇଁ ଧୀରେ ଧୀରେ ଆର୍ଥିକ ସଙ୍କଟ ଆରମ୍ଭ ହୋଇଥିଲା । ଯାହାକୁ ଭିତ୍ତି କରି ପରିବାରର ଦୁଇ ବଢିଲା ଝିଅକୁ ଧରି ମାଁ ଦାଦନ ସାଜି ଆନ୍ଧ୍ରପ୍ରଦେଶକୁ କାମ କରିବା ପାଇଁ ଗଲେ । ସେଠାରେ ଯିବା ପରେ ସବୁ ଠିକ୍‌ ଥିଲା ହେଲେ ଛଅ ମାସ ଖଟି ଘରକୁ ଆସିବାର ୧୫ ଦିନ ବାକି ରହିଥିଲା ଘରକୁ ଆସିବା ଖୁସିରେ ମାଁ ଝିଅଙ୍କ ଖୁସିର ଲହରୀ କହିଲେ ନ ଶରେ ମାଁ ପୋଡ଼ା ବାଇ ପଟେଲ, ବଡ଼ ଝିଅ ଗୋମତୀ ପଟେଲ, ସଙ୍ଗୀତା ପଟେଲ ସମସ୍ତେ ଏକାଠି ମିଶି ଶୋଇଥିଲେ । ହଟାତ୍‌ କାଳରାତ୍ରି ନେଇ ଆସିଲା ବିଷାକ୍ତ କଲେତ ସାପ ଏବଂ ସଙ୍ଗୀତା ପଟେଲକୁ ଚୋଟ ମାରିବା ସହ ମୃତ୍ୟୁ ମୁଖକୁ ଟାଣି ନେଇଥିଲା । ପରେ ଗୁରୁତର ଅବସ୍ଥାରେ ଉଦ୍ଧାର ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କହିଥିଲେ । ହେଲେ ବିଳମ୍ବ ହେବା ଯୋଗୁଁ ଡ଼ାକ୍ତର ସଙ୍ଗୀତାକୁ ମୃତ୍ୟୁ ଘୋଷଣା କରିଥିଲେ । ପରେ ସେଠାରେ ସବ ବ୍ୟବଚ୍ଛେଦ କରି ନିଜ ଗାଁ ବୋଡ଼େନ ଥାନା ସ୍ଥିତ ସର୍ଗିଗୁଡା ଗ୍ରାମକୁ ସବ ପହଞ୍ଚିବା ପରେ ସବ ସତ୍କାର କହିଥିଲେ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଆବାସ ଯୋଜନା ଏହି ପରିବାର ପାଇଁ ସାତ ସପନ ପାଲଟିଥିବା ବେଳେ ବେସାହାରା ଭାବେ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଚାଲ ମାଟି ଘରେ ଆଶ୍ରୟ ନେଇଛନ୍ତି । ବଢିଲା ଝିଅର ମୃତ୍ୟୁ ଘଟଣା ଓ ପରିବାର ପାଇଁ ବିକାଶ ଅପହଞ୍ଚ ଗାଁକୁ ନିରାଶ କରି ଦେଇଛି

Leave A Reply

Your email address will not be published.