oom

୪ ଲୁଟେରାଙ୍କୁ ବାନ୍ଧିଲା ବଲାଙ୍ଗିର ପୋଲିସ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସକୁ ମିଳିଛି ବଡ଼ ସଫଳତା । ୪ ଜଣ ପେସାଦାର ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ସଦର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁଙ୍କ ସୂଚନା ଅନୁଯାୟୀ ବଲାଙ୍ଗିରର ସମ୍ପୂର୍ଣ୍ଣା ଫାଇନାନ୍ସରେ ଏବିଏମ୍‌ ଭାବେ କାମ କରୁଥିବା ବରଗଡ଼ ଜିଲ୍ଲା ଜୁଲେଟ ଗ୍ରାମର ସୀତାରାମ ବାଗଙ୍କ ଠାରୁ ଦେଓଗାଁ ଥାନା ଅନ୍ତର୍ଗତ ପଲାସଖଣ୍ଡ ଗ୍ରାମ ନିକଟରେ ଗତ ୭ ତାରିଖ ଦିନ କିଛି ଦୁର୍ବୃତ୍ତ ୬୨ ହଜାର ୮ଶହ ୧୦ ଟଙ୍କା ଲୁଟ୍‌ କରି ନେଇଥିଲେ । ତେବେ ଏହି ଲୁଟ୍‌ ଘଟଣାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଗଠନ କରାଯାଇ ଜୋର୍‌ସୋର୍‌ ତଦନ୍ତ ଆରମ୍ଭ କରାଯାଇଥିଲା ଏବଂ ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରାଯାଇ ସେମାନଙ୍କ ଠାରୁ ୪୦ ହଜାର ଟଙ୍କା ସହ ବ୍ୟବହୃତ ୨ଟି ମଟର ସାଇକେଲ, ୪ଟି ମୋବାଇଲ୍‌ ଫୋନ୍‌ ଓ ଗୋଟିଏ ଛୁରୀ ଜବତ୍‌ କରାଯାଇଥିଲା । ପରବର୍ତ୍ତୀ ତଦନ୍ତରେ ଜଣାପଡ଼ିଥିଲା ଯେ, ସଂପୃକ୍ତ ଦୁର୍ବୃତ୍ତମାନେ ଲଣ୍ଡାପଥର ଗ୍ରାମରେ ୩୫ ହଜାର ୬୫୦ ଟଙ୍କା ଲୁଟ୍‌ କରିଥିବା ବେଳେ ସେମାନଙ୍କ ନାମରେ ଗତ ଜାନୁଆରୀ ୧୮ ତାରିଖ ଦିନ ଦେଓଗାଁ ଥାନାର ଏକ ମାମଲା ରୁଜ୍ଜୁ ହୋଇଛି ଏବଂ ସେହିପରି ଖଜୁରପଡ଼ା ଗାଁରେ ୩୦ ହଜାର ଟଙ୍କା ଲୁଟ୍‌ କରିଥିବା ଅଭିଯୋଗରେ ତୁଷୁରା ଥାନାରେ ଗତ ନଭେମ୍ବର ୮ ତାରିଖ ଦିନ ଅନ୍ୟ ଏକ ମାମଲା ରୁଜ୍ଜୁ ହୋଇଛି । ଗିରଫ୍‌ ଅଭିଯୁକ୍ତମାନେ ହେଲେ ଦେଓଗାଁ ଥାନା ପଲାସଖଣ୍ଡ ଗାଁର ଶ୍ରୀକାନ୍ତ ଘିଭେଲା ଓ ବନିଲ ନନ୍ଦ, ସଇଁତଲା ଥାନା ଘୁନସର ଗାଁର ରାହୁଲ ଭୋଇ ଓ ସଇଁତଲାର ଶିବୁ ଓରଫ ଧବଳେଶ୍ୱର ସା’ ।

jittmm
Leave A Reply

Your email address will not be published.