csstore

ରେଳ ଷ୍ଟେସନ ରୋଡ ସୁନିଲ ଜୈନଙ୍କ ଘରୁ ଚୋରି ହୋଇ ବିତିଲା ମାସେ : ନୂତନ ଥାନାଧିକାରୀଙ୍କୁ ଚୋର ଧରିବାକୁ କଲେ ଗୁହାରି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ରେଳ ଷ୍ଟେସନ ରୋଡ ପୌରପରିଷଦ କାର୍ଯ୍ୟାଳୟ ଛକ ନିକଟରେ ସୁନିଲ କୁମାର ଜୈନଙ୍କ ଘରୁ ଡ଼ିସେମ୍ବର ୨୮ ତାରିଖରେ ଘରେ କେହି ନ ଥିବା ବେଳେ ଚୋରି ହୋଇଥିଲା । ୨୯ ତାରିଖ ଦିନ ଥାନାରେ ଏତଲା ଦେଇଥିଲେ । ଥାନାଧିକାରୀ ମନୋଜ କୁମାର ପ୍ରଧାନ ପ୍ରାରମ୍ଭିକ ତଦନ୍ତ ମଧ୍ୟ କରିଥିଲେ । ବଲାଙ୍ଗିର ଏସ୍‌ପିଙ୍କ ନିକଟକୁ ଯାଇ ମଧ୍ୟ ଏ ବିଷୟରେ ଅବଗତ କରାଇଥିଲେ । କିଛି ଦିନ ତଳେ ଥାନାଧିକାରୀ ମନୋଜ କୁମାର ପ୍ରଧାନଙ୍କ ବଦଳି ହୋଇଥିବା ସୂଚନା ପାଇବା ପରେ ଶୁକ୍ରବାର ସଂଧ୍ୟାରେ ସ୍ଥାନୀୟ ଧର୍ମଶାଳାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ତାଙ୍କ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର କରିବା ସହ ଚୋରଙ୍କୁ ଗିରଫ କରାଯାଉ ବୋଲି ନୂତନ ଭାବେ ଟିଟିଲାଗଡ଼ ଥାନାଧିକାରୀ ଅବନି ସାହୁଙ୍କୁ ଗୁହାରି କରିଛନ୍ତି ।

jayashree
Leave A Reply

Your email address will not be published.