ବରପାଲିପଡ଼ାରେ ଅଣସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷଣ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲିପଡ଼ା (ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ) ତରଫରୁ ଏକ ଅଣସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର ବରପାଲିପଡ଼ା ଭାଗବତ ମନ୍ଦିର ଗୃହଠାରେ ଅନୁଷ୍ଠିତ ହୋଇଥିଲା । ଆଶା, ମହିଳା ସ୍ୱାସ୍ଥ୍ୟ କର୍ମୀ ବ୍ୟତୀତ ସ୍ଥାନୀୟ ମହିଳା ଆରୋଗ୍ୟ ସମିତିର ସମସ୍ତ ସଦସ୍ୟମାନେ ମିଶି ସମସ୍ତ କର୍ମଚାରୀଙ୍କୁ ସ୍ଵାଗତ କରି ଥିବା ସହିତ ରୋଗୀ ଦେଖିବାରେ ସହଯୋଗ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରର ମୂଳ ଉଦ୍ଦେଶ୍ୟ ଅଣସଂକ୍ରମକ ରୋଗର ଚିହ୍ନଟ ସହ, ମାଗଣା ରକ୍ତ ପରୀକ୍ଷା, ମାଗଣା ଔଷଧ, ଜୀବନ ଶୈଳୀ ଓ ଖାଦ୍ୟପେୟ ଉପରେ ପରାମର୍ଶ ଏବଂ ମାଗଣା ଡାକ୍ତର ସେବା । ଏହି ସ୍ୱାସ୍ଥ୍ୟ ଶିବିରରେ ୧୮୫ରୁ ଅଧିକ ସଂଖ୍ୟକ ରୋଗୀ ଚିକିତ୍ସା ଲାଭ କରିଥିଲେ । ଶିବିରରେ ୧୮୫ ଜଣଙ୍କ ରକ୍ତଚାପ, ଶର୍କରା ପରୀକ୍ଷା ହୋଇଥିଲା । ଏହି ଶିବିରରେ ୧୩୫ ରୋଗୀଙ୍କ ଦୃଷ୍ଟି ପରୀକ୍ଷା ହୋଇଥିଲା ଚକ୍ଷୁ ବିଶେଷଜ୍ଞ ଡାକ୍ତର ନିରୁପମା ସାହୁ ପରୀକ୍ଷା କରି ରୋଗୀମାନଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ ସ୍ୱାସ୍ଥ୍ୟ ଶିବିରର ନିରୀକ୍ଷଣ କରି ସ୍ୱାସ୍ଥ୍ୟ ମିସନ ଜିଲ୍ଲା ପ୍ରକଳ୍ପ ଅଧିକାରୀ (ଏନ୍‌ପିସିବି) ଡାକ୍ତର ଉଷାରାଣୀ ଦାଶ ଯୋଗଦାନ ଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହ ଏହି ଶିବିରର କାର୍ଯ୍ୟ ତଦାରଖ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ନନ୍ଦ କିଶୋର ପାଢି ଓ ଭୀମ ଭୋଇ ମେଡିକାଲ କଲେଜର ଡାକ୍ତର ଭକ୍ତ ଚରଣ ଛୁରା, ଭୃଗୁରାମ ରାଉଳ, ଭୂପେନ୍ଦ୍ର ଅଗ୍ରୱାଲ, ପୂଜାଶ୍ରୀ ନନ୍ଦ ରୋଗୀମାନଙ୍କୁ ପରୀକ୍ଷଣ କରିଥିଲେ । ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଯୁକ୍ତା ମିଶ୍ର ଓ ପ୍ରବତାହଂସ୍ସି ଦାଶଙ୍କ ସହିତ ଆଶା କର୍ମୀ ବବିତା କବାଟ, ପୁଷ୍ପାଞ୍ଜଳି ବିଶି, ସୁଜାତା ପଧାନ, ପଦ୍ମିନୀ ଭୋଇ ପରୀକ୍ଷଣରେ ସହଯୋଗ କରିଥିଲେ । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଷ୍ଟାଫ ନର୍ସ ସନ୍ତୋଷିନି କରନ, ରାଧାକାନ୍ତ ନାଏକ, ଫାର୍ମାସିଷ୍ଟ ମୁକେଶ ରଣା, ଲେଵ୍‌ ଟେକ୍‌ନିଶିଆନ୍‌ ପ୍ରମୋଦ ଥନପତି, ସୁଜ୍ଞାନ ମିଶ୍ର, ଡାଟା ଆସିଷ୍ଟାଣ୍ଟ ସୁମନ ଭାଟି, ସଗୀର ମହମ୍ମଦ, ମାନସ ହୋତା, ସ୍ୱରଜିତ ଶତପଥୀ ସହଯୋଗ କରିଥିଲେ । ଉକ୍ତ ସ୍ୱାସ୍ଥ୍ୟ ଶିବିରର ଆୟୋଜନ ଓ ପରିଚାଳନା ସୁନ୍ଦର ଭାବେ ହେଇଥିଲା । ୱାର୍ଡର କାଉନ୍‌ସିଲ୍‌ର ପିଙ୍କି କବାଟ ଓ ମହିଳା ଆରୋଗ୍ୟ ସମିତି ବରପାଲିପଡ଼ା ଏଥିରେ ସକ୍ରିୟ ସହଯୋଗ କରିଥିଲେ । ରାଜେନ୍ଦ୍ର ଯୁବକ ସଂଘର ସମ୍ପାଦକ ରାଜେନ୍ଦ୍ର ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ପରିଚାଳନା ହୋଇଥିଲା ।

Leave A Reply

Your email address will not be published.