csstore

ପୋଖରୀକୁ ମାଛ ମାରିବାକୁ ଯାଇ ପଙ୍କରେ ଫସିଲେ ବାଳକ : ଉଦ୍ଧାର କଲେ ସ୍ଥାନୀୟ ଲୋକେ

ବଲାଙ୍ଗିର, (କେନିଏନ୍‌ଏସ୍‌) : ପୋଖରୀକୁ ମାଛ ମାରିବାକୁ ଯାଇ ପଙ୍କରେ ଫସି ଯାଇଥିବା ଜଣେ ବାଳକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବଲାଙ୍ଗିର ବିଶ୍ୱାତ୍ମ ଚେତନା ପରିଷଦ ଆଶ୍ରମ ନିକଟସ୍ଥ କାମାକ୍ଷୀନଗରର କୁନା ମେହେରଙ୍କ ପୁଅ ସୁରଜ ମେହେର(୧୦) ଆଜି ପୂର୍ବାହ୍ନରେ ମହାରାଣୀ ସାଗରକୁ ମାଛ ମାରିବା ପାଇଁ ଆସିଥିବା ବେଳେ ଏକ ଲମ୍ବା ଲୁହା କଂଟା ପାଦରେ ଗଳି ଯିବାରୁ ପଙ୍କ ଭିତରେ ଫସି ଯାଇଥିଲେ । ତେବେ ତାଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ଜଣାପଡ଼ିଛି । ଚିକିତ୍ସା ପାଇଁ ତାଙ୍କୁ ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌କୁ ନିଆଯାଇଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.