ରାଜ୍ୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଯୋଗଦେବେ ଦିବ୍ୟା ଦୀପାନ୍ଵୀତା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ରାଜ୍ୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଯୋଗଦେବା ପାଇଁ ମନୋନୀତ ହୋଇଛନ୍ତି । ରାୟଗଡ଼ାଠାରେ ଅନୁଷ୍ଠିତ ସମ୍ଭାଗସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାଠାରେ ଯୋଗଦେଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସପ୍ତମ ଶ୍ରେଣୀର ଛାତ୍ରୀ ଦିବ୍ୟା ଦୀପାନ୍ଵିତା ପ୍ରଥମ ସ୍ଥାନ ଅଧିକାର କରି ସେପ୍ଟେମ୍ବର ମାସ ୯ ଓ ୧୦ ତାରିଖରେ ଅନୁଗୋଳରେ ହେବାକୁ ଥିବା ରାଜ୍ୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଯୋଗ ଦେବେ । ଏହି ସଫଳତା ପାଇଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରତିଷ୍ଠା ଦିବସ ସମାରୋହରେ କୃତିଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ବିଶିଷ୍ଟ ବ୍ୟଙ୍ଗ କବି ସୁଶାନ୍ତ ମିଶ୍ର ଓ ସଂଗୀତା ମିଶ୍ରଙ୍କ ଝିଅ ହେଉଛନ୍ତି ଦିବ୍ୟା । ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀ, ପରିଚାଳନା କମିଟି ସଭାପତି ଅଶ୍ୱିନୀ କୁମାର ପଣ୍ଡା, ସମ୍ପାଦକ ରଜନୀକାନ୍ତ ମହାଖୁଡ଼, ଗୁରୁଜୀ, ଗୁରୁମାମାନେ କୃତି ଛାତ୍ରୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.

error: Content is protected !!