pr

୭୪ତମ ବନ ମହୋତ୍ସବ ସପ୍ତାହ ପାଳନ

dr. purohit

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୭୪ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ “ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର” ଓ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠର ଇକୋ କ୍ଳବ, ଗଙ୍ଗପୂରପାଟଣା ମିଳିତ ଆନୁକୂଲ୍ୟରେ ଶୁକ୍ରବାର ବିଦ୍ୟାପୀଠ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଦାସ ଓ “ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର”ର ପରିଚାଳନା ନିର୍ଦ୍ଦେଶକ ତଥା ପ୍ରକୃତି ବନ୍ଧୁ ଦିଲ୍ଲୀପ କୁମାର ଧାଉଡ଼ିଆଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧରିତ୍ରୀ ମା’ର ସୁରକ୍ଷା ପାଇଁ ନଡ଼ିଆ, ବେଲ, ନିମ୍ବ, ପିଜୁଳି, ଆତ ଇତ୍ୟାଦି ବୃକ୍ଷ ବିଦ୍ୟାପୀଠ ପରିସରରେ ରୋପଣ କରାଯାଇଥିଲା । ବରିଷ୍ଠ ଶିକ୍ଷକ ଲଡ଼ୁ କିଶୋର ସାମନ୍ତସିଂହାର, କୁଶବନ୍ତ କଅଁର, ଦିଗବିଜୟୀ ଭାସ୍କଡାଗାମା, ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ସାହୁ, ସ୍ତୁତିସନ୍ଧ୍ୟା ମହାରଣା, ଲିପିକା ଭୋଇ ଓ ଶିକ୍ଷା କର୍ମଚାରୀ ପବିତ୍ରମୋହନ ସାହୁଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ମହାନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିବା ସହିତ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଲଡ଼ୁ କିଶୋର ସାମନ୍ତସିଂହାର କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.