oom

ପଞ୍ଚ ଶମ୍ଭୁ ମିଳନରେ ୨୦୦୩ ମାଟ୍ରିକ ବ୍ୟାଚ୍‌ର ‘ସେବା ହିଁ ଧର୍ମ, ସେବା ହିଁ କର୍ମ’ କାର୍ଯ୍ୟକ୍ରମ

jsmm

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ବସଷ୍ଟାଣ୍ଡ ପରିସରରେ ପଞ୍ଚ ଶମ୍ଭୁ ମିଳନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ତେବେ ଏହି ଶମ୍ଭୁ ମିଳନ ସମୟରେ ପ୍ରଚଣ୍ଡ ରୌଦ୍ରତାପରେ ସମସ୍ତେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ୨୦୦୩ ମାଟ୍ରିକ ବ୍ୟାଚ୍‌ର ଛାତ୍ରମାନେ ସକାଳ ୧୦ ଘଣ୍ଟା ସମୟରୁ ରାତ୍ର ୧୦ ଘଣ୍ଟା ସମୟ ପର୍ଯ୍ୟନ୍ତ ଥଣ୍ଡା ସରବତ ବଣ୍ଟନ କରିଥିଲେ । ଅମିତ ଅଗ୍ରୱାଲ (ପପୁ)ଙ୍କ ନେତୃତ୍ୱରେ ନିଜର ସମସ୍ତ ସହପାଠୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ସାରା ଦିବସ ବ୍ୟାପି ଭକ୍ତମାନଙ୍କୁ ସରବତ ବଣ୍ଟନ କରିଥିବାରୁ ଏହି ଉଦ୍ୟମୀ ତଥା ସେବାକାରୀ ଯୁବକମାନଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

jittmm
Leave A Reply

Your email address will not be published.