csstore

ମହୁଲପାଲିରେ ଶହୀଦ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲିଠାରେ ନେତାଜୀ ଯୁବକ ସଂଘ ତରଫରୁ ଶହୀଦ ଦିବସ ପାଳିତ ହୋଇଯାଇଛି । ପୁଲୱାମା ଘଟଣାର ଚତୁର୍ଥ ବାର୍ଷିକୀ ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ନାଗରିକ ଜଗଦୀଶ ସାହୁ, ମୁରାରୀ ସାହୁ, ମୀନକେତନ ସାହୁ, ଉଗ୍ରସେନ ସାହୁ, ସୁରେଶ ସାହୁ, ସୁଦାମ ସାହୁ, ଅକ୍ଷୟ ସାହୁ ଦୀପ ଜାଳି ଶହୀଦ ଜବାନମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଯୁବକ ସଂଘ ପକ୍ଷରୁ ଲୋଚନ, ଫୁଲବାବୁ, ନୀଳାମ୍ବର, ସୁନୀଲ, ଦିଲୀପ, ସୁଶିଲ, ପ୍ରଶାନ୍ତ, ସନି, ପିଣ୍ଟୁ, ବିରେନ, ଡାଲେଶ୍ୱର, ଯୁଗଲ, ମାନସ, ରଜତ, ସ୍ୱରାଜ, ପରେଶ, ସୁଦାମା ଆଦି ମହମବତୀ ଜାଳି “ଶହୀଦ ଜବାନ୍ ଅମର ରହେ” ଓ “ଭାରତ ମାତା କି ଜୟ” ବୋଲି ସ୍ଲୋଗାନ ଦେଇଥିଲେ ।

jayashree
Leave A Reply

Your email address will not be published.