ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ବିକାଶ ତାଲିମ ଶିବିର ଅନୁଷ୍ଠିତ

ଭବାନୀପାଟଣା, (ପି.କେ.ସାହୁ) : ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧୀନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ପଲିଟେକନିକ୍‌ ପ୍ରଶିକ୍ଷଣ କେନ୍ଦ୍ର ଠାରେ ୩ ଦିନିଆ ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ବିକାଶ ତାଲିମ ଶିବିର ଶୁଭାରମ୍ଭ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ବିଶ୍ୱଜିତ ଦାସ ଉପଜିଲ୍ଲାପାଳ ଭବାନୀପାଟଣା ଏବଂ ମୁଖ୍ୟ ବକ୍ତା ଭାବରେ ଅମୂଲ୍ୟ କୁମାର ପଣ୍ଡା ପ୍ରିନ୍ସିପାଲ ପୋଲିଟେକନିକ୍‌ କଲେଜ ଭବାନୀପାଟଣା, ଅତିଥି ଭାବରେ ମନୋଜ କୁମାର ବେହେରା ସୂଚନା ଓ ଲୋକ ସମ୍ପର୍କ ବିଭାଗ କଳାହାଣ୍ଡି, ଅଶୋକ କୁମାର ପଟ୍ଟନାୟକ କର୍ତ୍ତବ୍ୟ ଅନୁଷ୍ଠାନ ମୁଖ୍ୟ, ଧୀରେନ୍ଦ୍ର କୁମ୍ଭାର ଅତିଥି ଭାବରେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କ ସମ୍ମୁଖରେ ଅଭିଭାଷଣ ରଖିଥିଲେ । ଲେଖାପାଳ ଦୂତିଆ ବନଛୋର ମଞ୍ଚ ପରିଚାଳନା କରିଥିଲେ । ଆଜିର ପ୍ରତେକ ଯୁବକଙ୍କ ପାଖରେ କିଛି ନା କିଛି କଲା ଭରି ରହିଛି । ସେହି କଲା ମାଧ୍ୟମରେ ସେମାନେ ସମାଜ ପ୍ରତି ଥିବା ଦାୟିତ୍ୱକୁ ପୂରଣ କରି ପାରିବେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ପରେ ପ୍ରଶିକ୍ଷକ ଅଶୋକ କୁମାର ପଟ୍ଟନାୟକ ଓ ସଂଜୀବ କୁମାର ସାହୁ ଉପସ୍ଥିତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି ପ୍ରଶିକ୍ଷଣ ୩ ଦିନ ପ୍ରର୍ଯ୍ୟନ୍ତ ଚାଲୁ ରହିବ । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ କ୍ଲବରୁ ପ୍ରଶିକ୍ଷାର୍ଥୀମାନେ ଆସି ପ୍ରଶିକ୍ଷଣ ନେବେ ବୋଲି ଜିଲ୍ଲା ଯୁବ ଅଧିକାରୀ ସୂଚନା ଦେଇଛନ୍ତି । ଏହି ପ୍ରଶିକ୍ଷଣ ଶିବିରକୁ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ସ୍ୱେଚ୍ଛାସେବୀ ହିରେନ୍ଦ୍ର କୁମ୍ଭାର, କୋପ୍ନେଶ୍ଵର ବେମାଲ, ଯଶୋବନ୍ତ ରଣା, ମମତା ପ୍ରଧାନ, ରାହୁଲ ତାଣ୍ଡି, ଶମ୍ଭୁ ବିଶି, ଚୂଳମଣୀ ମାଝୀ ଏମ୍‌ଇଟିଏସ୍‌ ଦୁଲ୍ଲବ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

thirteen − nine =