oom

ବ୍ୟାପକ ପରିମାଣର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

jsmm

ମାଲକାନଗିରି/କାଲିମେଳା : ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ବ୍ୟାପକ ପରିମାଣର ବେଆଇନ ଗଞ୍ଜେଇ ଚାଷ ହୋଇଥିବାରୁ ଏହି ଚାଷକୁ ନଷ୍ଟ କରିବା ପାଇଁ ଏସ୍‌ପି ନିତେଶ ୱାଧନୀଙ୍କ ନିର୍ଦ୍ଦେଶ କ୍ରମେ ଅପରେସନ ସବୁଜ ଜହର ବିଭିନ୍ନ ଥାନା ପକ୍ଷରୁ ଆରମ୍ଭ ହୋଇଯାଇଛି । କାଲିମେଳା ଥାନା ପୁଲିସ, ଡିଭିଏଫ ଯବାନ, ଅବକାରୀ ବିଭାଗ ମିଳିତ ଭାବେ ମାଓଗଡ଼ କୁର୍ମାନୁର ପଞ୍ଚାୟତ କେନ୍ଦୁଗୁଡା ଗ୍ରାମ ଜଙ୍ଗଲରେ ଚଢାଉ କରାଯାଇ ସେଠାରେ ବେଆଇନ ଭାବେ ଚାଷ କରାଯାଇଥିବା ୪୨ ଏକର ଜମିରୁ ୬୩ ହଜାର ଗଞ୍ଜେଇ ଗଛ କଟା ଯାଇଛି । କଟା ଯାଇଥିବା ଗଞ୍ଜେଇ ଗଛ ଗୁଡିକୁ ପୁଲିସ ପୋଡି ନଷ୍ଟ କରିଦେଇଥିବା ଜଣାପଡିଛି । ଏହି ଗଞ୍ଜେଇ ଗଛଗୁଡିକର ମୂଲ୍ୟ ପ୍ରାୟ ୬ କୋଟି ଟଙ୍କାରୁ ଅଧିକ ହେବ ବୋଲି ପୁଲିସ କହିଛି ।

jittmm
Leave A Reply

Your email address will not be published.