csstore

ସାଧାରଣତନ୍ତ୍ର ଦିବସରେ ୧୦୮ ୟୁନିଟ ରକ୍ତ ସଂଗ୍ରହ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ୭୪ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗଞ୍ଜାମ ବ୍ଲକର ଇକୋ ୱାରିୟର ପାରିବାର ପକ୍ଷରୁ ସ୍ଥାନୀୟ ଭାରତୀ ବିଦ୍ୟାପୀଠ ବୈଠକ ଗୃହଠାରେ ଗୁରୁବାର ଦିନ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲିକୋଟ ଫରେଷ୍ଟ ରେଞ୍ଜର ସିଦ୍ଧାର୍ଥ କୁମାର ସାହୁ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ରକ୍ତଦାନ ମହତ୍ ଦାନ ଜଣେ ଗରିବ ରୋଗୀର ଜୀବନ ବଞ୍ଚାଇବା ପାଇଁ ଏହାର ନିହାତି ଆବଶ୍ୟକ ରହିଛି ବୋଲି ସେ କହିବା ସହ ଏହି ପରି ମହତ କାର୍ଯ୍ୟରେ ସାମିଲ ଥିବା ସମସ୍ତ କର୍ମକର୍ତ୍ତାକୁ ସାଧୁବାଦ୍ ଜଣାଇଥିଲେ । ସମ୍ମାନିତ ଅତିଥି ରୂପେ ଗ୍ରାସୀମ ଇଣ୍ଡଷ୍ଟ୍ରି ସିଏସ୍‌ଆର୍‌ ହେଡ଼ ରବୀନ୍ଦ୍ର ମହାନ୍ତି, ଇଏସ୍‌ଆର ମେନେଜର ପ୍ରବୀଣ କୁମାର ଦାସ, ଆଇଆର ହେଡ଼ ପୁରୁଷୋତ୍ତମ ଶର୍ମା, ଗଞ୍ଜାମ ଏନ୍‌ଏସି ଈଓ ଅଭିନାଶ ମିଶ୍ର, ଆନ୍ତର୍ଜାତିକ ୱାଇଣ୍ଡ ସ୍ପ୍ରିଂ ଖେଳାଳି ମନସ୍ୱନି ମହାରଣା ଯୋଗଦାନ କରିଥିଲେ । ଶିବିର କାର୍ଯ୍ୟକ୍ରମରେ ରକ୍ତ ସଂଗୃହିତ ନିମନ୍ତେ ବ୍ରହ୍ମପୁର ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ଡାକ୍ତର ରଶ୍ମିପାଢୀ, ରାମହରୀ ପଣ୍ଡା, ନୀଳମାଧବ ବାରିକ, ଚିନ୍ମୟ ବେହେରା, ବାପୁନି ବେହେରା ଯୋଗଦାନ କରି ୧୦୮ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ଇକୋ ୱାରିୟର ପକ୍ଷରୁ ସମସ୍ତ ରକ୍ତଦାତାଙ୍କୁ ଗୋଟିଏ ଚାରା ବଣ୍ଟନ କରାଯାଇ ଜୀବନ ପାଇଁ ଯେପରି ରକ୍ତ ବିନ୍ଦୁ ଟିଏ ଲୋଡ଼ା ସେପରି ପରିବେଶ ପାଇଁ ବୃକ୍ଷ ଲୋଡ଼ା ବୋଲି ବାର୍ତ୍ତା ଦିଆଯାଇଥିଲା । ଏହି ରକ୍ତଦାନ ଶିବିର ଟିକୁ ଈକୋ ୱାରିୟର ଗୃପ୍‌ର ପ୍ରଣବ ପ୍ରଧାନ, ପ୍ରଭାତ ବିଶ୍ୱାଳ, ସିମାଞ୍ଚଳ ଦାସ, ସନ୍ତୋଷ ତରାଇ, ପ୍ରକାଶ ରେଡ୍ଡୀ, ଦୁର୍ଯ୍ୟୋଧନ ରେଡ୍ଡୀ, ଅକ୍ଷୟ ପଲାଇ, ଗୁରୁନାଥ ରେଡ୍ଡୀ, ପ୍ରଭାତ ସାହୁ, ଅଖିଳ ତାରାଇ, କିରତ ରେଡ୍ଡୀ, କରୁଣାକର ରେଡ୍ଡୀ, ପ୍ରଶାନ୍ତ ସାହୁ, ପ୍ରଶାନ୍ତ ସାହୁ, ଟୁକୁନା ରେଡ୍ଡୀ, ଅଭିରାମ ଗୋଡ଼, ତ୍ରିପତି ସାହୁ, ପ୍ରଣବ ପ୍ରଧାନ, ବଳରାମ ରେଡ୍ଡୀ ଏହାକୁ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.