oom

ଏଆଇଟିୟୁସିର ବଲାଙ୍ଗିର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶର ସର୍ବପ୍ରଥମ ଟ୍ରେଡ୍ ୟୁନିୟନ ସଂଗଠନ ଏଆଇଟିୟୁସିର ତ୍ୟାଗ, ନିଷ୍ଠା, ସଂଘର୍ଷ ଓ ଆତ୍ମବଳିଦାନର ୧୦୩ ବର୍ଷ ପୂର୍ତ୍ତି ଅବସରରେ ଆଜି ସ୍ଥାନୀୟ ଗୋଏଲ ଧର୍ମଶାଳା ଠାରେ ଶ୍ରମିକ ଶ୍ରେଣୀର ହକ୍ ଏବଂ ଅଧିକାର ହାସଲ ପାଇଁ ୪ର୍ଥ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦେଶ ବିଦେଶରେ ଗତ ବର୍ଷ ପ୍ରାଣ ହରାଇଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ବିଭୁଦତ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମ୍ମିଳନୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଆଇଟିୟୁସିର ସର୍ବ ଭାରତୀୟ ସାଧାରଣ ପରିଷଦ ସଦସ୍ୟ ତଥା ସିପିଆଇ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଜୟନ୍ତ ଦାସ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ । ନିଜ ବକ୍ତବ୍ୟରେ ସେ କହିଥିଲେ ଯେ, ଏ ଭିତରେ ମିଥ୍ୟା, ଘୃଣା, ହିଂସା, ଶ୍ରମିକ ଶୋଷଣ, ଦରବୃଦ୍ଧି ଓ କମ୍ପାନୀରାଜର କଳା ଶାସନକୁ ଏବେ ୮ ବର୍ଷ ପୁରିଛି । ଏହି ସରକାର ବର୍ଷକୁ ୨ କୋଟି କର୍ମ ନିଯୁକ୍ତି, ବିଦେଶରୁ କଳାଧନ ଆଣି ପ୍ରତ୍ୟେକଙ୍କ ଜମା ଖାତାକୁ ୧୫/୨୦ ଲକ୍ଷ ଟଙ୍କା ପ୍ରଦାନର ପ୍ରତିଶୃତି ଦେଇ କ୍ଷମତା ହାତେଇବା ପରେ ପ୍ରତିଶୃତି ପାଳନ ପରିବର୍ତ୍ତେ ସାମ୍ପ୍ରଦାୟିକ ଦଙ୍ଗା କରାଇବା ଶ୍ରମିକ ମାରଣ ନୀତି ଆପଣାଇଛି ବୋଲି କହିଥିଲେ । ଜିଲ୍ଲା ସଂପାଦକ ବାର୍ଷିକ ବିବରଣୀ ପାଠ କରିବା ପରେ ୪୧ ଜଣଙ୍କୁ ନେଇ ନୂତନ ଜିଲ୍ଲା ପରିଷଦ ଗଠିତ ହୋଇଥିଲା । ଏହି ପରିଷଦରେ ସଭାପତି ଭାବେ ବିଭୁଦତ୍ତ ମିଶ୍ର, କାର୍ଯ୍ୟକାରୀ ସଭାପତି ଭାବେ ତିର୍ଥ ପ୍ରଧାନ, ଉପସଭାପତି ଭାବେ ଆନନ୍ଦିନୀ ବିଶ୍ୱାଳ, ସୁବାଷ ସାହୁ, କିଶୋର ପୁରୋହିତ, ଜିଲ୍ଲା ସଂପାଦକ ଦେବାଶିଷ କୁମାର ବାବୁ, ଯୁଗ୍ମ ସଂପାଦକ ଦୁର୍ଯ୍ୟୋଧନ ବିଶ୍ୱାଳ, ଶାସ୍ୱତା ଦାଶ, ରସ୍ୱତୀ ଶର୍ମା, ସହ-ସଂପାଦକ ଭାବେ ଧର୍ମରାଜ ପାତ୍ର, ବିଜୟା ସେଠ୍‌, ସାଏବୁ ନନ୍ଦ, କୋଷାଧ୍ୟକ୍ଷ ଭାବେ ପ୍ରବୀର କୁମାର କମ୍ପ, ଯୁଗ୍ମ କୋଷାଧ୍ୟକ୍ଷ ପ୍ରିତମ ଠାକୁର ନିର୍ବାଚିତ ହୋଇଛନ୍ତି ।

jittmm
Leave A Reply

Your email address will not be published.